ଡାହାଣୀ ଶିକାର ନିବାରଣ ତାଲିମ କାର୍ଯ୍ୟକ୍ରମ

 

ଡାହାଣୀ ଶିକାର ନିବାରଣ ଏବଂ ଏହା ସମ୍ପର୍କିତ ଆଇନଗତ ଢାଞ୍ଚା ଉପରେ ଆଜି ITDA ସମ୍ମିଳନୀ ହଲରେ ଆୟୋଜିତ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ ସଫଳତାର ସହିତ ସମାପ୍ତ ହୋଇଛି। ଏହି କାର୍ଯ୍ୟକ୍ରମରେ ADM (ସାଧାରଣ), CDMO, DSWO, PO-କମ୍-PO, ବିଭିନ୍ନ POs, DC କାର୍ଯ୍ୟାଳୟର କର୍ମଚାରୀ, HUB କର୍ମଚାରୀ, ପୋଲିସ କର୍ମଚାରୀ, CDPOs, ଗ୍ରାମସ୍ତରୀୟ ଅଂଶଗ୍ରହଣକାରୀ, SHG ସଦସ୍ୟା, ଆଶା, ANM ସହ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଡାହାଣୀ ଶିକାରକୁ ଏକ ଗଭୀର ସାମାଜିକ କୁପ୍ରଥା ବୋଲି ଉଲ୍ଲେଖ କରାଯାଇ, ଏହା ମହିଳା ଏବଂ ଦୁର୍ବଳ ସମ୍ପ୍ରଦାୟ ଉପରେ ପକାଉଥିବା ଭୟାବହ ପ୍ରଭାବ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ସେଥିସହିତ ପ୍ରାସଙ୍ଗିକ ଆଇନ ଅନୁଯାୟୀ ଆଇନଗତ ବ୍ୟବସ୍ଥା, ଦଣ୍ଡାଦେଶ ଏବଂ ପୀଡ଼ିତଙ୍କ ପାଇଁ ସୁରକ୍ଷା ଓ ପୁନର୍ବାସ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋକପାତ କରାଯାଇଥିଲା। ଡାହାଣୀ ଶିକାର ପ୍ରଥାକୁ ମୂଳରୁ ଦୂର କରିବା ପାଇଁ ପ୍ରଶାସନ, ପୋଲିସ ଓ ସମ୍ପ୍ରଦାୟ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ, ସଚେତନତା ସୃଷ୍ଟି, ସମୟୋପଯୋଗୀ ରିପୋର୍ଟିଂ ବ୍ୟବସ୍ଥା ଏବଂ ସମିକ୍ତ କାର୍ଯ୍ୟାନୁଷ୍ଠାନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ସେ ଡାହାଣୀ ଦ୍ୱାରା ଶିକାର ହେଉ କିମ୍ବା ବନ୍ୟଜନ୍ତୁ ଶିକାର ଏକ ଘୁନ୍ୟ ପରମ୍ପରା।

କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ର ବେଲଘର ବନାଞ୍ଚଳ ଅନ୍ତର୍ଗତ ଝିରିପାଣି ମୁଣ୍ଡୁଟି ଜଙ୍ଗଲ ରେ ହାତୀ ମୃତ୍ୟୁ ଘଟଣା ର ତଦନ୍ତ ପରେ ବେଲଘର ରେଞ୍ଜର ବିନୟ କୁମାର ବିଶି ନିଲମ୍ବିତ ହୋଇଥିବା ସୂଚନା ମିଳିଛି l ଚଳିତ ମାସ ଜାନୁଆରୀ ମାସ ୫ ତାରିଖ ରେ ଝିରିପାଣି ମୁଣ୍ଡୁଟି ଜଙ୍ଗଲ ରେ ହାତୀ ମୃତ୍ୟୁ ଅଭିଯୋଗ ହୋଇଥିଲା l

ହାତୀ ମୃତ୍ୟୁ ପରେ ମୃତ ଦେହ ଅନ୍ୟତ୍ର ଲୁଚାଇ ଚପାଇବାକୁ ରେଞ୍ଜର ଉଦ୍ୟମ କରିଥିବା ଅଭିଯୋଗ ମଧ୍ୟ ହୋଇଥିଲା l ହାତୀ ମୃତ୍ୟୁ ପରେ ମୁଣ୍ଡୁଟି ଜଙ୍ଗଲ ରୁ ମୃତ ଦେହ କୁ ଅନ୍ୟତ୍ର ନିଆଯାଇ ବେଲଘର ପଞ୍ଚାୟତ ର କାଡାପାନା ନର୍ସରୀ ରେ ଖଣ୍ଡ ବିଖଣ୍ଡିତ କରି ପୋତା ଯାଇଥିବା ଅଭିଯୋଗ ମଧ୍ୟ ହୋଇଥିଲା l ବେଲଘର ରେଞ୍ଜର ବିନୟ କୁମାର ବିଶି ଘଟଣା କୁ ଚପାଇଦେବାକୁ ଉଦ୍ୟମ କରିଥିବା ନେଇ ତଦନ୍ତ ରୁ ବାଲିଗୁଡା ଡ଼ିଏଫଓ ଘନଶ୍ୟାମ ମହନ୍ତ ସ୍ପଷ୍ଟ ହୋଇଥିଲେ l ତଦନ୍ତ ପରେ ବେଲଘର ରେଞ୍ଜର ବିନୟ କୁମାର ବିଶି ଙ୍କୁ ନିଲମ୍ବିତ କରାଯିବା ସହ ଅଧିକ ତଦନ୍ତ ଅବ୍ୟାହତ ରଖାଯାଇଥିବା ବିଷୟ ଡି ଏଫ ଓ ପ୍ରକାଶ କରିଛନ୍ତି। ରକ୍ଷକ ଯଦି ଭକ୍ଷକ ସାଜେ, ରାକ୍ଷକରିବା କିଏ।
ବାଲିଗୁଡ଼ାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *