ପ୍ରାଚୀନ ସାରସ୍ଵତ ପୀଠ ଭଞ୍ଜ ସାହିତ୍ୟ ପରିଷଦ ଠାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ୮୧ ତମ ସାମ୍ବତ୍ସରିକ ଭଞ୍ଜ 5ଜୟନ୍ତୀ ସମାରୋହରେ ପବିତ୍ର ବସନ୍ତ ପଞ୍ଚମୀ ତିଥିରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ପୁଲିସ ଅଧିକାରୀ ଡ.ଦୀପକ କୁମାର ମିଶ୍ର ଯୋଗଦେଇ ମହାନ କବି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଅବଦାନ ଅତୁଳନୀୟ ବୋଲି କହିଥିଲେ।

ଏଥିରେ ମୁଖ୍ୟବକ୍ତା ଭାବେ ଓଡ଼ିଶାର ସୁନାମଧନ୍ୟ ଭଞ୍ଜ ପ୍ରବକ୍ତା ଡ଼.କୃଷ୍ଣକେଶବ ଷଢଙ୍ଗୀ ଯୋଗଦେଇ ଭଞ୍ଜ ସାହିତ୍ୟରେ ଜଗନ୍ନାଥଙ୍କ କଥାମୃତ ଓ ସମାଜ ଚେତନା, ଶବ୍ଦ ଚାତୁରୀ, ରସ ଏବଂ ସୌନ୍ଦର୍ଯ୍ୟ ବୋଧର ଅନେକ ଦୃଷ୍ଟାନ୍ତ ଦେଇଥିଲେ।

ତାଙ୍କ ରଚିତ ସବୁ ଶବ୍ଦରେ ତଥା କାବ୍ୟରେ ଶାସ୍ତ୍ରୀୟ ଆଧାରର ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିଥିଲେ। ଏଥିରେ ବିଶିଷ୍ଟ ଅତିଥି ଡ଼.କମ୍ବୁପାଣି ସାମନ୍ତ ଭଞ୍ଜ ସାହିତ୍ୟର ଅଧ୍ୟୟନକାରୀ ହେବାପାଇଁ ଆହ୍ବାନ ଦେଇଥିଲେ।ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ଆଇନଜୀବୀ ସୋମନାଥ ନାୟକଙ୍କୁ ଅନୁଷ୍ଠାନ ପକ୍ଷରୁ ‘ଭଞ୍ଜ ଜ୍ୟୋତି’ ସମ୍ମାନରେ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଏଥିରେ ଭଞ୍ଜ ଗବେଷକ ଡ.ସୁରେଶ ଚନ୍ଦ୍ର ପଣ୍ଡା ସଭାପତିତ୍ବ କରିଥିବା ବେଳେ ସାମ୍ବାଦିକ ଲୋକନାଥ କର ସ୍ବାଗତ ଭାଷଣ ଓ ଶିକ୍ଷକ ଶ୍ୟାମା ପ୍ରସାଦ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ,ବିଶ୍ଵଜିତା ରାଉତରାୟ ଓ ଦୁର୍ଗା ମାଧବ ଦାଶ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା। ବିଶିଷ୍ଟ ମଞ୍ଚ ନାଟକ ଗୁରୁ ଉପେନ୍ଦ୍ର କୁମାର ଶତପଥୀ,ଟୁନା ଜେନା,ସୀମାଞ୍ଚଳ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଭଞ୍ଜନଗର ରୁ ପୁରୁଷୋତ୍ତମ ମହାପାତ୍ର ଙ୍କ ରିପୋର୍ଟ ଭଞ୍ଜ ସାହିତ୍ୟ ପରିଷଦରେ ଭଞ୍ଜ ଜୟନ୍ତୀ
