୨ କ୍ଵିଣ୍ଟାଲ ୯୦ କେଜି ଗଞ୍ଜେଇ ସହ ପିକ୍ ଅପ୍ ଗାଡ଼ି ଜବତ ଜଣେ ଗିରଫ। ବୌଦ୍ଧ ଜିଲ୍ଲାରେ ଥମୁନି ଗଞ୍ଜେଇ ବେପାର l ବୌଦ୍ଧ ଜିଲ୍ଲାକୁ ଗଞ୍ଜେଇ କରିଡର୍ କୁହା ଯାଉଥିବା ବେଳେ ପ୍ରତିଦିନ ଗଞ୍ଜେଇ ଧରାପଡ଼ିବା ଶହ କିଛି କିଛି ମାଫିଆ ମଧ୍ୟ ପୋଲିସ ହାତରେ ଗିରଫ ହେଉଥିବା ବେଳେ ଅନେକ ସ୍ଥାନରୁ ଚମ୍ପଟ୍ ମାରୁଥିବା ମାଫିଆ ସଂଖ୍ୟା ଅଧିକ l ମନମୁଣ୍ଡା ଥାନା ଅଞ୍ଚଳରେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବୌଦ୍ଧ ଏସ ଡି ପି ଓ ଙ୍କ ଏକ ସ୍ବତନ୍ତ୍ର ଟିମ୍ ଓ ମନମୁଣ୍ଡା ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ l ଉକ୍ତ ସ୍ଥାନରୁ ବିପୁଳ ପରିମାଣର ଗଞ୍ଜେଇ ସହ ବୋଲେରୋ ପିକ୍ ଅପ୍ ଗାଡି ଯାହାର ନମ୍ୱର୍ CG 22 Z 9057 ଓ ଜଣକୁ ଗିରଫ କରିଥିବା ବେଳେ ଜଣେ ମାଫିଆ ଫେରାର ମାରିଥିଲା l ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣ ଖବର ପାଇ ବୌଦ୍ଧ ଏସଡିପିଓ ଙ୍କ ସହ ମନମୁଣ୍ଡା ଥାନା ଅଧିକାରୀ ଓ ଅନ୍ୟ ପୋଲିସ କର୍ମଚାରୀଙ୍କୁ ନେଇ ପୋଲିସର ଏକ ସ୍ୱତନ୍ତ୍ର ଟିମ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଳସାଗୋରା ହାଇସ୍କୁଲ ଛକ ଠାରେ ଏକ ପିକ୍ ଅପ୍ ଗାଡିକୁ ଅଟକାଇ ଯାଞ୍ଚ କରିବାରୁ ଉକ୍ତ ଗାଡିରୁ ୨ କ୍ଵିଣ୍ଟାଲ ୯୦ କେଜି ଗଞ୍ଜେଇ ବାହାରିଥିଲା l ତେଵେ ଗାଡି ଓ ଗଞ୍ଜେଇ ଜବତ କରିବା ସହ ଗାଡିରେ ଥିବା ଛତିଶଗଡ ରାଜ୍ୟର ରାମାନୁଜ ପଟେଲ କୁ ଗିରଫ କରିଥିବା ବେଳେ ଆଜି କୋଟ ଚାଲାଣ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି ବୌଦ୍ଧ ଏସ ଡି ପି ଓ ଲରେନ୍ ରାଉତ୍ ରାଏ l ଅନ୍ୟପଟେ ଜଣେ ମାଫିଆ ଫେରାର ଥିବା ବେଳେ ମନମୁଣ୍ଡା ଥାନାରେ କେସ ନମ୍ବର ୧୩୫/୨୫ ରେ ଏକ ଏନ୍ଡିପିଏସ୍ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ମନମୁଣ୍ଡା ଥାନା ଅଧିକାରୀ ଅଞ୍ଜଳି ବିଶ୍ଵାଳ ସୂଚନା ଦେଇଛନ୍ତି l
ଏହା ପ୍ରକାଶ କରିଛନ୍ତି ଲରେନ ରାଉତରାଏ ଏସଡ଼ିପିଓ
ବୌଦ୍ଧ ଜିଲ୍ଲାରୁ ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫୋଟୋ ନ୍ୟୁଜ୍ ଟାଇମ।
ଏହା ପ୍ରକାଶ ଥାଉ କି କିଛି ଦିନ ତଳେ ଦେଶୀ ମଦ କାରବାରରେ ତିନି ଜଣ ଗିରଫ ହୋଇଛନ୍ତି।ଦେଶୀ ମଦ କାରବାର ରେ ୩ ଜଣ ବେପାରୀ ଗିରଫ l
ବୌଦ୍ଧ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ଦେଶୀ ମଦ କାରବାର କରୁଥିବା ୩ ଜଣକୁ ଗିରଫ କରିଛି l ବୌଦ୍ଧ ଅବକାରୀ ଅଧିକାରୀ ଅନିତା ସାହୁଙ୍କ ନେତୃତ୍ଵରେ ଏକ ଟିମ୍ ମନମୁଣ୍ଡା ଥାନା ଟିର୍ଚ୍ଚପଡ଼ା ରାସ୍ତା ନିକଟରୁ ୧୨ ଲିଟର ଦେଶୀ ମଦ ଜବତ କରିଥିଲେ l ଏହି ଘଟଣା ରେ ଶିବ ନାଏକ (୨୫) କୁ ଗିରଫ କରିଥିଲେ l ସେହିପରି ମାଳତୀ ଗୋଛା ପଡ଼ା ରାସ୍ତାରେ ଚଢ଼ାଉ କରି ୬.୫୫ ଲିଟର ଦେଶୀ ମଦ ଜବତ କରାଯାଇଛି l ଏହି ଘଟଣାରେ ସୁମନ୍ତ ସାହୁ (୩୫) କୁ ଗିରଫ କରାଯାଇଛି l ସେହିପରି ଏଏସଆଇ ଅସିତ୍ ପ୍ରଧାନଙ୍କ ନେତୃତ୍ଵରେ ଏକ ଟିମ୍ ଗୁନ୍ଦୁଲିଆ ରାସ୍ତାରୁ ୮ ଲିଟର ଦେଶୀ ମଦ ଜବତ କରିଥିଲେ l ଏହି ଘଟଣାରେ ସୁଧାଂଶୁ ମଲ୍ଲିକ (୫୦) କୁ ଗିରଫ କରାଯାଇଛି l ତେବେ ଘଣ୍ଟାପଡ଼ା ଥାନା ସିଲେଇମାଲ ଗ୍ରାମ ରାସ୍ତା ରୁ ୭ ଲିଟର ଦେଶୀ ମଦ ଜବତ କରିବା ସହ ବବୁଲୁ ଗୁରୁ ( ୨୪) କୁ ଅଟକ ରଖା ଯାଇଥିଲା l ନୋଟିସ ଦେଇ ତାକୁ ଛାଡ଼ି ଦିଆ ଯାଇଥିବା ବୌଦ୍ଧ ଅବକାରୀ ମୋବାଇଲ ଟିମ୍ ର ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି।