ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝିଙ୍କ ରାୟଗଡା ଜିଲ୍ଲା ଗସ୍ତ

 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିନିକିଆ ରାୟଗଡା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି l ସ୍ଥାନୀୟ ଜି.ଆଇ.ଏସ.ଆର. ପାଖରେ ଥିବା ଯେସ୍କୋ ପଡ଼ିଆ ଠାରେ ପହଞ୍ଚି ପ୍ରଥମେ 108 କୁଣ୍ଡିଅ ବୈଦିକ ବିଶ୍ବଶାନ୍ତି ମହାଯଜ୍ଞ ରେ ଯୋଗଦେଇ ପୂର୍ଣ୍ଣାହୂତି ଦେଇଛନ୍ତି। ପରେ ଜିଲ୍ଲା ନାରୀଶକ୍ତିର ସଶକ୍ତ ପ୍ରଦର୍ଶନ ସୁଭଦ୍ରା ଶକ୍ତି ମେଳାର ଉଦ୍ଘାଟନ କରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ରାୟଗଡା ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ୩୪୦ କୋଟି ଉର୍ଦ୍ଧ୍ୱ ମୂଲ୍ୟର ୬୭ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ୨୨୧ କୋଟି ଉର୍ଦ୍ଧ୍ୱ ମୂଲ୍ୟର ୪୧ଟି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହି ଅନୁଦାନ ମାଧ୍ଯମରେ ଜିଲ୍ଲାର ବିକାଶ ଓ ନୂତନ ଦିଗଦର୍ଶନ ପ୍ରଦାନ କରିବ ବୋଲି ମୁଖ୍ଯମନ୍ତ୍ରୀ ଅବିଭାଷଣରେ କହିଛନ୍ତି। ସେହିପରି ଚଳିତ କେନ୍ଦ୍ରୀୟ ବଜେଟ୍ ରେ ସରକାର ଓଡିଶାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି ବୋଲି ସେ କହିଛନ୍ତି। ରାୟଗଡା ଜିଲ୍ଲାରେ ହଜାର ହଜାର ମହିଳା ଲାକ୍ଷପତି ଦିଦି ହୋଇପାରିଛନ୍ତି। ରାୟଗଡା ଜିଲ୍ଲାରେ ଗଢିଉଠିଥିବା କାରଖାନା ମାନଙ୍କରେ ଯୋଗ୍ଯତା ଅନୁଯାୟୀ ଯୁବକଯୁବତୀ ମାନଙ୍କୁ ନିଯୁକ୍ତି ମିଳିବ ବୋଲି ସେ କହିଛନ୍ତି। ସେହିପରି ବ୍ରହ୍ମପୁର ରୁ ଜୟପୁର ପର୍ଯ୍ୟନ୍ତ 6ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ ବୋଲି କହିଛନ୍ତି। ସେହିପରି ରାୟଗଡାରେ ଶୁବଶୀଘ୍ର ମେଡିକାଲ କଲେଜ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୃତି ଦେଇଛନ୍ତି। ପରେ ମୁଖ୍ୟମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ମଞ୍ଚରେ ସମ୍ମାନିତ କରିଛନ୍ତି।ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ସିଆଇସିଆର୍ ପଡିଆରେ ସୁରକ୍ଷା ବ୍ଯବସ୍ଥାକୁ କଡାକଡି କରାଯାଇଛି। ଖୋଦ୍ ଦକ୍ଷିଣ-ପଞ୍ଚିମାଞ୍ଚଳ ଡିଆଇଜି କନୱର୍ ବିଶାଲ ସିଂ ସୁରକ୍ଷା ବ୍ଯବସ୍ଥାର ତଦାରଖ କରିଛନ୍ତି। ଏହି କାର୍ଯ୍ଯକ୍ରମରେ ଅନ୍ଯମାନଙ୍କ ମଧ୍ଯରେ ରାୟଗଡା ବିଧାୟକ ଆପାଲୁସ୍ବାମୀ କାଡ୍ରାକା, ବିଧାୟକ ନୀଳମାଧବ ହିକକା ଓ ବିଧାୟକ ସତ୍ଯଜିତ ଗମାଙ୍ଗଙ୍କ ସମେତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଉପସ୍ଥିତ ଥିଲେ।
ରାୟଗଡା ରୁ କମଳ ଲୋଚନ ଙ୍କ ରିପୋର୍ଟ ଫୋଟୋ ନି ଉଜ ଟାଇମ୍ସ।

Leave a Reply

Your email address will not be published. Required fields are marked *