ରାୟଗଡ଼ା ଜିଲ୍ଲା କୋଲନରା ବ୍ଳକର ମୁକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବା ମୁକୁନ୍ଦପୁର ଫାଣ୍ଡି ଅଧିନରେ ଥିବା ବୋଇମଡା ନିକଟରେ ଥିବା ଏକ ଆମ୍ବ ବଗିଚାରେ ବେଆଇନ ଭାବେ କୁକୁଡ଼ା ଲଢେ଼ଇ ଚାଲିଛି। ଏହି କୁକୁଡ଼ା ଲଢେ଼ଇ ୨୦୨୫ ମସିହା କାର୍ତ୍ତିକ ମାସ ପରେ ଛାଡଖାଇ ଦିନ ଠାରୁ ଆରମ୍ଭ ହୋଇଛି ବୋଲି ଜଣାପଡିଛି ଓ ସପ୍ତାହରେ ଚାରିଦିନ ଅର୍ଥାତ୍ ରବିବାର, ମଙ୍ଗଳବାର , ବୁଧବାର ଓ ଶୁକ୍ରବାର ଦିନମାନଙ୍କରେ ଏହି କୁକୁଡ଼ା ଲଢେଇ ହେଉଛି । ଏପରି କାର୍ଯ୍ୟ କଳାପ ଆମ ରାୟଗଡ଼ା ଜିଲ୍ଲା ଓ ଆନ୍ଧ୍ର ପ୍ରଦେଶର ସିମାନ୍ତବର୍ତ୍ତ ଅଞ୍ଚଳରେ ପ୍ରାୟ ଦେଖିବାକୁ ମିଳିଥାଏ ।ଏହି କୁକୁଡ଼ା ଲଢେ଼ଇ ସହ ଜୁଆ ବା ଗୁଡୁଗୁଡୁ
ଖେଳ ମଧ୍ୟ ସେଠାରେ ଦେଖିବାକୁ ମିଳୁଛି । ଏହି ବିଷୟ ଚାନ୍ଦିଲି ଥାନା ଆଇ ଆଇ ସି ଉତମ କୁମାର ସାହୁ ଓ ମୁକୁନ୍ଦପୁର ପୋଲିସ ଅଧିକାରୀ ଉମାଶଙ୍କର ତ୍ରିପାଠୀ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ବୋଇମଡା ଗ୍ରମର ସାଧାରଣରେ ମଧ୍ୟ ଏହି କାର୍ଯ୍ୟକଳାପକୁ ପସନ୍ଦ କରୁନାହାନ୍ତି । ଚାନ୍ଦିଲି ଥାନା ପୋଲିସ ପ୍ରଶାସନ ଏପରି ବେଆଇନ କାର୍ଯ୍ୟକ୍ରମକୁ ଆଖିବୁଜି ରହିବାର କାରଣ କଣ ତାହା ଚର୍ଚ୍ଚାର ବିଷୟ ହୋଇଛି।
ଗୁଣପୁର ରୁ ଗଣେଶ କୋଲାଙ୍କ ରିପୋର୍ଟ ଫୋଟୋ ନିଉଜ ଟାଇମ୍ସ।
