ଭାଲୁ ଆକ୍ରମଣରେ ବୃଦ୍ଧ ଦମ୍ପତି ଗୁରୁତର ଆହତ

 

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବନାଞ୍ଚଳ ବରପଦର ସେକ୍ସନ ର କେଙ୍ଗମଞ୍ଜି ରାସ୍ତାରେ ସୋମବାର ଦିନ ଭାଲୁ ଆକ୍ରମଣରେ ଦୁଇଜଣ ସ୍ବାମୀ,ସ୍ତ୍ରୀ ଗୁରୁତ୍ତର ଆହତ ହୋଇଛନ୍ତି l ସୂଚନା ମତେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ରୁଣ୍ଡିମହୁଲ ଗ୍ରାମର ମନେଶ୍ୱର୍ ବଣ୍ଡକି (୫୦) ଓ ତାଙ୍କ ସ୍ତ୍ରୀ ସୁମୁଖି ବଣ୍ଡକି (୪୮) ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁସାରେ କଣ୍ଟାମାଳ ବନାଞ୍ଚଳ ବରପଦର ସେକ୍ସନ ରୁଣ୍ଡିମହୁଲ କେଙ୍ଗମଞ୍ଜି ରାସ୍ତାରେ ସୋମବାର ଦିନ ଭୋର ସମୟରେ ରୁଣ୍ଡିମହୁଲ ଗ୍ରାମର ମନେଶ୍ୱର୍ ବଣ୍ଡକି ଓ ତାଙ୍କ ସ୍ତ୍ରୀ ସୁମୁଖି ବଣ୍ଡକି କୌଣସି କାମରେ କେଙ୍ଗମଞ୍ଜି ଯାଉଥିଲେ l

ସେହି ସମୟରେ ଦୁଇଟି ଜଙ୍ଗଲି ଭାଲୁ ଆକ୍ରମଣ କରି ଥିଲେ l ଏଥିରେ ଉଭୟ ଙ୍କ ବାମ ଓ ଡାହାଣ ହାତ ଏବଂ ଗୋଡ଼ ଭାଲୁ କାମୁଡ଼ାରେ ଗଭୀର ଭାବେ ଖଣ୍ଡିଆ ଖାବରା ହୋଇଥିବା ଜଣା ପଡ଼ିଛି l ପ୍ରାଣ ବିକଳରେ ଉଭୟେ ଜୀବନ ରକ୍ଷା ପାଇଁ ଚିତ୍କାର କରି ଉଠିଥିଲେ l

ଚିତ୍କାର ଶୁଣି ସ୍ଥାନୀୟ ଗାଁ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଉଭୟ ସ୍ବାମୀ ସ୍ତ୍ରୀ ଙ୍କୁ ଗୁରୁତର ଭାବେ ଉଦ୍ଧାର କରି ତୁରନ୍ତ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ଚିକିତ୍ସା ପାଇଁ ନେଇଥିଲେ l ସେଠାରେ ଦୁହିଁଙ୍କ ଚିକିତ୍ସା ଜାରୀ ଥିବା ଜଣାପଡିଛି l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।

Leave a Reply

Your email address will not be published. Required fields are marked *