ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାର ଜଣେ ଡାକ୍ତର ସମୀର ରାୟଙ୍କ ପତ୍ନୀ ସାଗରିକା ରାୟ ସ୍ୱାମୀଙ୍କ ମୃତ୍ୟୁ ପରେ ସିଲିକଲ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହ ପ୍ରାଣ ପ୍ରତିଷ୍ଠା କରାଇ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି l ସୂଚନା ଅନୁଯାୟୀ ଦୀର୍ଘ ଦିନ ଧରି ପଶ୍ଚିମବଙ୍ଗରୁ ଆସି ମୁନିଗୁଡା ତଥା ଆଖପାଖ ଅଞ୍ଚଳରେ ଗାଁକୁ ଗାଁ ବୁଲି ଲୋକଙ୍କ ବିଭିନ୍ନ ରୋଗର ଚିକିତ୍ସା କରି ଅତି ନିକଟତର ହୋଇଥିଲେ l ହେଲେ ଗତ ଦୁଇ ବର୍ଷ ତଳେ ଡାକ୍ତର ସମୀର ହଠାତ ଅସୁସ୍ଥ ହୋଇପଡ଼ିଥିଲେ l ତାଙ୍କୁ ତୁରନ୍ତ ପରିବାର ଲୋକେ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲl ଓ ସେ
ଆରପାରିକୁ ଚାଲି ଯାଇଥିଲେ l ତେବେ ନିଜ ସ୍ୱାମୀଙ୍କୁ ହରାଇ ସ୍ତ୍ରୀ, ପୁଅ-ଝିଅ ସମସ୍ତେ ଭାଙ୍ଗି ପଡ଼ିଥିଲେ। ଏତେ ବଡ଼ ଘରଟା ଭିତରେ ଅସହାୟ ଅସହାୟ ଅନୁଭବ କରିଥିଲେ। ଫଳରେ ସ୍ୱାମୀଙ୍କୁ ଘରେ ହିଁ ସ୍ଥାପନ କରି ରଖିବାକୁ ଇଚ୍ଛା କରିଥିଲେ ସାଗରିକା। ଏଥିପାଇଁ ଦୁଇ ବର୍ଷ ପରେ ସିଲିକନ ପ୍ରତିମୂର୍ତ୍ତି ତିଆରି କରିବା ପାଇଁ ମନସ୍ତ କରିଥିଲେ। ପ୍ରତିମୂର୍ତ୍ତିଟିଏ ଗଢି ତୋଳିଛନ୍ତି।
ତା ସାଙ୍ଗକୁ ପ୍ରାଣ ପ୍ରତିଷ୍ଠା କରି ବର୍ତମାନ ପୂର୍ଣ୍ଣ ପୂର୍ଣ୍ଣ ଅନୁଭବ କରୁଥିବା ପ୍ରକାଶ କରିଛନ୍ତି ସ୍ତ୍ରୀ ସାଗରିକା ଓ ପୁଅ-ଝିଅ l ଏନେଇ ନିର୍ମଳ ଚେହେରା, ସୁନ୍ଦର ଠାଣି ଆଉ ହସ ହସ ମୁଖ ଥାଇ ଏହି ପ୍ରତିମୂର୍ତ୍ତିକୁ ମୁନିଗୁଡାର ପୁରହିତ ନିକୁଞ୍ଜ ଶତପଥୀଙ୍କ ପୌରାହିତ୍ୟରେ ହିନ୍ଦୁ ରୀତିନୀତିରେ ମନ୍ତ୍ରପାଠ ଦେବ ଦେବୀଙ୍କ ପୂଜାର୍ଚ୍ଚନା ପରି ପ୍ରତିମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରାଇଛନ୍ତି। ସେପଟେ ସ୍ବାମୀଙ୍କ ଦେହାନ୍ତ ପରେ ସ୍ତ୍ରୀ ସାଗାରିକା ଗୋଟିଏ ମେଡିକାଲ ଷ୍ଟୋର କରି ପରିବାରର ଗୁଜୁରାଣ ମେଣ୍ଟାଇବା ସହ ଦୁଇ ପୁଅ ଝିଅଙ୍କୁ ଉଚ୍ଚ ଶିକ୍ଷା ପଢ଼ାଇ ଭଲ ମଣିଷ କରି ସ୍ଵାମୀଙ୍କ ସ୍ବପ୍ନ ପୁରଣ କରିବା ନେଇ ଅଣ୍ଟା ଭିଡିଛନ୍ତି।
ରାୟଗଡ଼ାରୁ ସନ୍ତୋଷ ସାହୁଙ୍କ ରିପୋର୍ଟ।
ପତ୍ନୀ ସାଗରିକା ରାୟ ସ୍ୱାମୀଙ୍କ ମୃତ୍ୟୁ ପରେ ସିଲିକଲ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହ ପ୍ରାଣ ପ୍ରତିଷ୍ଠା କରାଇ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି
