ମାନ୍ୟତା ସିଂ ଏସୀୟ ଶୁଟିଂ ଚ୍ୟାମ୍ପିଅନସିପ୍ ରେ ରୌପ୍ୟ ପଦକ ବିଜୟିନୀ

 

ଓଡ଼ିଶାର ପ୍ରତିଭାଶାଳୀ ଶୁଟର୍ ମାନ୍ୟତା ସିଂ ଏସୀୟ ଶୁଟିଂ ଚ୍ୟାମ୍ପିଅନସିପ୍ ୨୦୨୬ରେ ରୌପ୍ୟ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି। ନୂଆ ଦିଲ୍ଲୀର ଡ଼ା. କର୍ଣ୍ଣି ସିଂହ ଶୁଟିଂ ରେଞ୍ଜରେ ଆୟୋଜିତ ଏହି ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ୧୦ ମିଟର ଏୟାର୍ ରାଇଫଲ୍ କନିଷ୍ଠ ମହିଳା ବର୍ଗରେ ମାନ୍ୟତା ସିଂ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଛନ୍ତି।

ଏହି ଏସୀୟ ଶୁଟିଂ ଚ୍ୟାମ୍ପିଅନସିପ୍‌ରେ ମାନ୍ୟତା ସିଂ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ। ମାନ୍ୟତା କଳିଙ୍ଗ ଷ୍ଟାଡିଅମ୍‌ସ୍ଥିତ ଓଡ଼ିଶା ଆଦିତ୍ୟ ବିର୍ଲା–ଗଗନ୍ ନାରାଙ୍ଗ ଶୁଟିଂ ହାଇ ପରଫର୍ମାନ୍ସ ସେଣ୍ଟର ରେ OTAP (Odisha Talent Adoption Program) ଯୋଜନା ଅଧୀନରେ ୨୦୨୦ ମସିହାରୁ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି।

ମାନ୍ୟତାଙ୍କ ଏହି ସଫଳତା ପାଇଁ ଓଡ଼ିଶା ରାଇଫଲ୍ ଆସୋସିଏସନ୍‌ର ସମ୍ପାଦକ ଡ଼ା. ହରିପ୍ରସାଦ ପଟ୍ଟନାୟକ, ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ଶୁଟିଂ HPC ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଇ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି।
ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *