ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଶିମିଳିଯୋରା ରେ ବାର୍ଷିକ ଉତ୍ସବ ମହାସମାରୋହ ରେ ପାଳିତ l
ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଶିମିଳିଯୋରା ରେ ବାର୍ଷିକ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି l

ଏହି ଉତ୍ସବର ମୁଖ୍ୟଅତିଥି ବରଗାଁ ସରପଞ୍ଚ ଶ୍ରୀମତୀ ରଶ୍ମିତା ରଣା ଛାତ୍ରଛାତ୍ରୀ ମାନଙ୍କୁ ନିଜର ଚରିତ୍ର ଗଠନ କରିବା ପାଇଁ ଉପଦେଶ ଦେଇଥିଲେ l ସମାଜ ସେବୀ ଶ୍ରୀଯୁକ୍ତ ପ୍ରଶନ୍ନ ରଣା ମହାଶୟ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା ଚେଷ୍ଟିତ ରହିବେ ବୋଲି ପ୍ରତିଶୃତି ଦେଇଥିଲେ l

ଏହି ସଭାର ମୁଖ୍ୟ ବକ୍ତା ବୌଦ୍ଧ ଜ଼ିଲ୍ଲା ବିଜେପି ସମ୍ପାଦକ ଶ୍ରୀଯୁକ୍ତ ପିନାଧର ରଣା ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ା ପ୍ରତି ମନ ନିବେଶ କରିବାକୁ ପ୍ରରାମର୍ଶ ଦେଇଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରକାଶ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ଏହି ଉତ୍ସବକୁ ସମ୍ପାଦନା କରିଥିଲେ l
ବୌଦ୍ଧ ଜ଼ିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମ୍ସ।
