୧କୋଟି ଟଙ୍କାରୁ ଉର୍ଧ୍ବ ସାଇବର୍ ଠକେଇ ଅଭିଯୋଗରେ ୫ଜଣ ଆନ୍ତଃରାଜ୍ୟ ଠକଙ୍କୁ ଗିରଫ

୧କୋଟି ଟଙ୍କାରୁ ଉର୍ଧ୍ବ ସାଇବର୍ ଠକେଇ ଅଭିଯୋଗରେ ୫ଜଣ ଆନ୍ତଃରାଜ୍ୟ ଠକଙ୍କୁ ଗିରଫ କଲା କେନ୍ଦୁଝର ଟାଉନ୍ ଥାନା ପୋଲିସ । ଝାଡ଼ଖଣ୍ଡର ନାରାୟଣପୁର ଓ ଜମତାରା ଲିଙ୍କ ଥିବା ଏକ ଆନ୍ତଃରାଜ୍ୟ ସାଇବର୍ ଠକ ଗ୍ୟାଙ୍ଗ୍ ର ୫ଜଣଙ୍କୁ ଗିରଫ କରିଛି ପୋଲିସ I ଏମାନଙ୍କଠାରୁ ୨ଟି ବାଇକ୍, ୬ଟି ମୋବାଇଲ୍ ଫୋନ୍, ୩୮ଟି ATM କାର୍ଡ ଓ ୯୧ଟି SIM କାର୍ଡ଼ ଜବତ ହୋଇଛି ।

ଏମାନେ ଲୋକଙ୍କଠାରୁ SIM Card ନେଇ ସେମାନଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ଏସବୁ ଝାଡ଼ଖଣ୍ଡରେ ବିକ୍ରୀ କରୁଥିଲେ । ଏହିସବୁ ଆକାଉଣ୍ଟ ଦ୍ଵାରା ୧କୋଟି ୧୪ ଲକ୍ଷ ୧୨ହଜାର ୬ଶହ ଟଙ୍କା ଠକେଇ ହୋଇଥିବା ପୋଲିସ୍ ସୂଚନା ଦେଇଛି । ଗିରଫଙ୍କ ମଧ୍ୟରେ ୪ଜଣ ଝାଡ଼ଖଣ୍ଡର ଥିବା ବେଳେ, ଅନ୍ୟ ଜଣେ କେନ୍ଦୁଝର ଜିଲ୍ଲାର । ଏହି ଠକମାନେ ଏକ ଗ୍ୟାଙ୍ଗ ଗଠନ କରିଥିଲେ । ଏମାନେ ମୁଖ୍ୟତଃ ମହିଳା, ବେକାର ଯୁବକ, ଯୁବତୀ ଏବଂ ଗରିବ ଶ୍ରେଣୀର ଲୋକଙ୍କୁ ପ୍ରଲୋଭିତ କରି ସେମାନଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ଆକାଉଣ୍ଟ ପିଛା ୫ହଜାରରୁ ୧୦ହଜାର ଟଙ୍କା ହିସାବରେ ଝାଡ଼ଖଣ୍ଡ ଜମତାରା ରେ ଥିବା ସାଇବର୍ ଠକଙ୍କୁ ବିକ୍ରୀ କରୁଥିଲେ ।

ଏଭଳି ୫୮ଟି ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଠକମାନେ ୧କୋଟି ୧୪ଲକ୍ଷ ୧୨ହଜାର ୬ଶହ ଟଙ୍କା ଠକେଇ କରିଛନ୍ତି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ୪ ଜଣ ଝାଡ଼ଖଣ୍ଡର ଅଞ୍ଚଳର, ଯେଉଁମାନେ କେନ୍ଦୁଝରରେ ରଙ୍ଗମିସ୍ତ୍ରୀ ଓ କାଠମିସ୍ତ୍ରୀ ଭାବେ କାମ କରୁଥିଲେ ଓ ଅନ୍ୟଜଣେ କେନ୍ଦୁଝର ଜିଲ୍ଲାର ବୋଲି ସୂଚନା ଦେଇଛନ୍ତି ସଦର SDPO. ଲୋକମାନେ ସଚେତନ ହୋଇ ଏଭଳି କୌଣସି ଠକଙ୍କ କଥାରେ ପ୍ରଲୋଭିତ ନହେବାକୁ SDPO ନିବେଦନ କରିଛନ୍ତି । ଏଠାରେ ସୁଦର୍ଶନ ଗାଙ୍ଗୋଇ, ସଦର ଠକେଇର ଶିକାର ବ୍ୟକ୍ତି । ସେମାନଙ୍କ ମତ ବ୍ୟକ୍ତ କରିଛନ୍ତି କେନ୍ଦୁଝର ରୁ ଅରବିନ୍ଦ ବେହେରା ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *