ଶିଶୁ ମାନଙ୍କ ଭବିଷ୍ୟତ ଗଡ଼ନ୍ତି ପ୍ରାଥମିକ ଶିକ୍ଷକ। ଏମାନେ ଯଦି ନକଲି ସାର୍ଟିଫିକେଟ ନେଇ ଶିକ୍ଷକତା କରନ୍ତି

ଶିଶୁ ମାନଙ୍କ ଭବିଷ୍ୟତ ଗଡ଼ନ୍ତି ପ୍ରାଥମିକ ଶିକ୍ଷକ। ଏମାନେ ଯଦି ନକଲି ସାର୍ଟିଫିକେଟ ନେଇ ଶିକ୍ଷକତା କରନ୍ତି, ଭବିଷ୍ୟତ ଗଢ଼ୁଥିବା କୁନିକୁନି ଛାତ୍ର ଛାତ୍ରୀ ମାନଙ୍କୁ ଏମାନେ ନିଜର ସ୍ୱର୍ଥ ପାଇଁ ବହୁ କ୍ଷତି କରୁଛନ୍ତି। ଫୋଟୋ ନିୟୁଜ ଟାଇମ୍ସ ହାତରେ ଲାଗିଛି ଏକ ଖବର। ଖୋର୍ଦ୍ଧା ଏବଂ ନୟାଗଡ ଜିଲ୍ଲା ମଧ୍ୟ ରେ ଥିବା ଏକ ବଂକୋଇ ସିଟି ସ୍କୁଲ ର ନକଲି ସାର୍ଟିଫିକେଟ ବ୍ୟବହାର କରି ବାଙ୍କୀ ଏବଂ ଖଣ୍ଡପଡା ଅଞ୍ଚଳ ର ବହୁ ଶିକ୍ଷକ ଶିକ୍ଷୟିତ୍ରୀ ସରକାରୀ ଚାକିରୀ ରେ ଅଛନ୍ତି। ଏହାର ତଦନ୍ତ ପାଇଁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ପାଖରେ କିଛି ବ୍ୟକ୍ତି ପିଟିସନ ଫାଇଲ ଦାଖଲ କରିଛନ୍ତି। ଯଦି ସତ ହୋଇଥା ଏହା ଏକ ଅକ୍ଷମଣିୟ ଅପରାଧ ଅଟେ। ସେ ଯାହା ବି ହେଉ ସମ୍ବାଦଦାତା ମାନଙ୍କର ଏହି ସବୁ ଦିଗପ୍ରତି ସଚେତନ ରହି ନିୟୁଜ ସଂଗ୍ରହ କରିବାର ଆବଶ୍ୟକତା ଅଛି।
ଭୁବନେଶ୍ୱର ରୁ ଗିରିଧାରୀ ଷଡ଼ଙ୍ଗୀ ଏବଂ ଖୋର୍ଦ୍ଧା ରୁ ସୂର୍ଯ୍ୟ ନାରାୟଣ ମହାନ୍ତି ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *