ଭାରତୀୟ ମଜଦୂର ସଂଘ ପକ୍ଷରୁ ଦେଶରେ ଶ୍ରମିକ ମାନଙ୍କର ଦୀର୍ଘ ଦିନର ବିଭିନ୍ନ ସମସ୍ୟା ଓ ଦାବି ଗୁଡ଼ିକୁ ନେଇ ଦାବି ପତ୍ର ପ୍ରଦାନ।
ଦେଶରେ ଶ୍ରମିକ ମାନଙ୍କର ଦୀର୍ଘ ଦିନର ବିଭିନ୍ନ ସମସ୍ୟା ଓ ଦାବି ଗୁଡିକର ସମାଧାନ ପାଇଁ ଭାରତୀୟ ମଜଦୁର ସଂଘ ଆଜି ୨୫ ଫେବୃଆରୀ ୨୦୨୬ କୁ ସାରା ଦେଶରେ “ପ୍ରତିବାଦ ଦିବସ ” ଭାବେ ପାଳନ କରୁଛି |

ଏହି ଅବସରରେ ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘ ପକ୍ଷରୁ ଦିନ ୧୦.୩୦ ଘଣ୍ଟା ସମୟରେ ଏକତ୍ରିତ ହୋଇ ମାଁ କାଳୀ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ ସହ ଦାବି ପତ୍ର ରାୟଗଡ଼ା ଜିଲ୍ଲା ସହାୟିକା ଜିଲ୍ଲାପାଳ ଲିପ୍ସା ପଟେଲଙ୍କୁ
ପ୍ରଦାନ କରାଯାଇଛି ।

ଭାରତୀୟ ମଜଦୂର ସଂଘ ର ରାୟଗଡ଼ା ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ୱର ଦାସ ଯୋଗ ଦେଇଥିବା ବେଳେ। ଉକ୍ତ କାର୍ଯ୍ୟକ୍ରମକୁ ଜୟନ୍ତୀ ପଦ୍ମାଳୟା ସାହୁ , ଉଷା ରାଣୀ ଦାଶ , ମମତା ବିଶ୍ଵାଳ , ଗୀତାଞ୍ଜଳି ହିଆଲ , ସୁରେଶ ସାହୁ , ତମାଳ ସାହୁକାର , ନିରଞ୍ଜନ ସେନାପତି , ସୁନ୍ଦର ରାଓ କାଡାରାକା ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମରେ ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ଼ ୱର୍କରର୍ସ ଆସୋସିଏସନ , ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ , ରାୟଗଡ଼ା ଜିଲ୍ଲା ସେକ୍ୟୁରିଟୀ ୟୁନିଅନ , ରାୟଗଡ଼ା ଜିଲ୍ଲା ହସ୍ପିଟାଲ କର୍ମଚାରୀ ସଂଘ , ପାଚିକା ସଂଘ , ରାୟଗଡ଼ା ଜିଲ୍ଲା ସଫେଇ ମଜଦୂର ସଂଘ , ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ଅଫିସରସ ଆସୋସିଏସନ୍ , ଉତ୍କଳ ଆଲୁମିନା ଠିକା ମଜଦୂର ସଂଘ , ହଟେଇ କର୍ମଚାରୀ ସଂଘ , ଅଟୋ ଚାଳକ ସଂଘର ସମସ୍ତ ନେତୃବୃନ୍ଦ ସହ ଶ୍ରମିକ ଭାଇ ଭଉଣୀ ଯୋଗ ଦେଇଥିଲେ।
ରାୟଗଡା ରୁ ମନୋରଞ୍ଜନ ଶତପଥି ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।
