ବିଜେଡି ଦଳ ତାଙ୍କର ରାଜ୍ୟସଭା ର ପ୍ରଥମ ଟିକଟ ପାଇଁ ଶତୃପ୍ତ ମିଶ୍ର ଙ୍କୁ ଚୟନ କରିଛି ଏବଂ ଚତୁର୍ଥ ସିଟ ପାଇଁ କଂଗ୍ରେସ ଉଠାଇଥିବା ଦନ୍ତେଶ୍ଵର ହୋତାଙ୍କ ନାମରେ ମୋହର ଲଗାଇଛି।କଂଗ୍ରେସ ଦଳ ଘୋଡା ବେପାର ର ବଷବର୍ତ୍ତୀ ହେବେ ନା ଶ୍ରୀ ହୋତାଙ୍କ ସପକ୍ଷରେ ଭୋଟ ଦେବେ ତାହା ସମୟ କହିବ। କିନ୍ତୁ ସଂତୃପ୍ତ ମିଶ୍ର ମାତ୍ର ଦୁଇବର୍ଷ ତଳେ ବିଜେଡି ଦଳରେ ଯୋଗ ଦେଇଥିଲେ। ସେ କଟକ ର ଲୋକସଭା ସିଟ ରୁ ମଧ୍ୟ ନିଜେ ହାରିବା ସହିତ ଅନ୍ୟ ବିଧାୟକ ମାନଙ୍କୁ ହରାଇଥିଲେ ବୋଲି ରାଜନୀତି ସମୀକ୍ଷକ ମାନେ ମତ ଦେଇଛନ୍ତି।

ସେ କିନ୍ତୁ ଯେତେବେଳେ ବିଜେଡ଼ି ର ରାଜ୍ୟସଭା ଟିକେଟ ପାଉଛନ୍ତି ଦଳର ବିଧାୟକ ମାନେ ଘୋଡା ବେପାର ର ବସାବର୍ତ୍ତୀ ହେବେନାହିଁ ବୋଲି ସ୍ପଷ୍ଟ କରିହେବ ନାହିଁ। କର୍ମୀ ମାନଙ୍କ ମଧ୍ୟ ରେ ଦଳର ଏହି ନିଷ୍ପତି ଏକପ୍ରକାର ନିରାଶ ଭାବ ସୃଷ୍ଟି କରୁଛି। ସେମାନେ ମତ ଦେଉଛନ୍ତି ଯେ ବିଜେଡି ଦଳ ପାଖରେ କଣ ନେତାମାନେ ବର୍ଷ ବର୍ଷ ଧରି କାର୍ଯ୍ୟକରି ପାଉଛନ୍ତି କଣ ! ସେ ଯାହାବି ହେଉ “ଜୋ ଜିତା ଓ ସିକନ୍ଦର”ସଂତୃପ ମିଶ୍ର ବିଜେଡି ଦଳରେ ଏଣ୍ଟ୍ରି ନେଇ ହାରିଥିଲେ ମଧ୍ୟ ରାଜ୍ୟସଭା କୁ ମନୋନୀତ ହେବା ତାଙ୍କ ପାଇଁ ଏକ ସଫଳତା। ଫୋଟୋ ନିୟୁଜ ଟାଇମ୍ସ ତରଫରୁ ଶ୍ରୀ ମିଶ୍ରଙ୍କୁ ଅନେକ ଅନେକ ଅଭିନନ୍ଦନ।
ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।
