ସାମ୍ବାଦିକତା ର କଣ୍ଠରୋଧ ନ କରିବା ପାଇଁ ଆସୋସିଏସନ ତରଫ ରୁ ଚିଠି କରାଯାଇଚି

ନାଗେଶ୍ଵର ରାଓ ପଟନାୟକ ଥିଲେ ଜଣେ ସଚୋଟ  ବାମ ପନ୍ଥୀ ନେତା। ଯେକି ତାଙ୍କର କାର୍ଯ୍ୟ ରାୟଗଡା ଜିଲ୍ଲା ରେ ହିଁ ଆରମ୍ଭ କରିଥିଲେ। ସେ ସମୟ ର ବାମପନ୍ଥୀ ନେତା ହେଉଛନ୍ତି ମନମୋହନ ମିଶ୍ର। ଯେକି ବିଜେଡି ରାଜ୍ୟସଭା ପାର୍ଥି ସଂତୃପ ମିଶ୍ରଙ୍କ ପିତା। ସେହି ଜାଗାରୁ ଏବେ ଏକ ସାମ୍ବାଦିକ ସଙ୍ଘ ମୁଣ୍ଡ ଟେକିଛି। ଏହି ସଙ୍ଘ ସାମ୍ବାଦିକ ମାନଙ୍କର ସୁରକ୍ଷା ଦେବବୋଲି ଆଶାବାଦୀ।

ରାୟଗଡା ଅମ୍ବାଦଳ ଗତ କିଛି ମାସ ଧରି ଅମ୍ବାଦଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଘଟୁଥିବା ଦୁର୍ନୀତି ଏବଂ ବେଆଇନ କାର୍ଯ୍ୟ କଳାପ ସହ ପ୍ରଧାନ ଶିକ୍ଷକ କଲା ବାମନ ମୂର୍ତ୍ତି ଙ୍କ ଛାତ୍ର ଙ୍କ ପ୍ରତି ଭେଦଭାବ, ବିଦ୍ୟାଳୟ ପରିସର ରେ ବାଇବେଲ ବଣ୍ଟନ, ସରସ୍ୱତୀ ମୂର୍ତ୍ତି ଭଙ୍ଗା , ଶିକ୍ଷା ଦିବସ ରେ ଛାତ୍ର ଙ୍କୁ ବିଦ୍ୟାଳୟ ରୁ ବାହାର କରିବା ତଥା ବିଦ୍ୟାଳୟ ର ଛାତ୍ର ଦାଦନ ସାଜିବା, ନିମ୍ନ ମାନ ର ଖାଦ୍ୟ ପରଷିବା ଭଳି ସଙ୍ଗୀନ ଅଭିଯୋଗ କୁ ଭିତ୍ତି କରି  ଗଣ ମାଧ୍ୟମ ରେ ସାମ୍ବାଦିକ ଙ୍କ ଦ୍ୱାରା ଖବର ପରିବେଷଣ କରାଯାଇଥିଲାl  ଅଭିଭାବକ ଙ୍କ ଅସୁବିଧା କୁ ଲୋକଲୋଚନ କୁ ଆଣିଥିବା ରୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ସାମ୍ବାଦିକ ଙ୍କ ଉପରେ ଅମ୍ବାଦଳା ଥାନା ରେ ମାମଲା ରୁଜୁ କରିଥିଲେ l


ସମ୍ବାଦ ପରିବେଷଣ କରିଥିବାରୁ ସାମ୍ବାଦିକ ଙ୍କ ଉପରେ ମାନସିକ ନିର୍ଯ୍ୟାତନା  ର ମିଥ୍ୟା ମାମଲା ରୁଜୁ କରିଥିବା ଘଟଣା କୁ ବିରୋଧ କରି ଆଜି ରାୟଗଡା ଜିଲ୍ଲା ପ୍ରେସ୍ର ଆଣ୍ଡ ମିଡ଼ିଆ ୱେଲଫେର ଆସୋସିଏସନ  ତରଫ ରୁ ଅମ୍ବାଦଳା ଥାନା ପହଂଚି ଏଭଳି ମିଥ୍ୟା ମାମଲା ଗୁଡିକୁ ପ୍ରୋଛାହନ ନ ଦେବା ପାଇଁ ଏବଂ ସାମ୍ବାଦିକତା ର କଣ୍ଠରୋଧ ନ କରିବା ପାଇଁ ଥାନା ଅଧିକାରୀ ଙ୍କୁ ଆସୋସିଏସନ ତରଫ ରୁ ଚିଠି କରାଯାଇଥିଲା l

ଏହି କାର୍ଯ୍ୟକ୍ରମ ରେ  ଜିଲ୍ଲା ର 60 ରୁ ଉର୍ଦ୍ଧ କାର୍ଯ୍ୟରତ ସାମ୍ବାଦିକ ଭାଗ ନେଇଥିଲେ l ଆଗାମୀ ଦିନ ରେ ମଧ୍ୟ ସାମ୍ବାଦିକତା ର କଣ୍ଠରୋଧ କରିବା ପାଇଁ ଚେଷ୍ଟା କରାଗଲେ ଜିଲ୍ଲା ର ପ୍ରେସ୍ ଆଣ୍ଡ ମିଡ଼ିଆ ୱେଲଫେର ଆଶ୍ସୋସିଏସନ ସାମ୍ବାଦିକତା କୁ ରକ୍ଷା କରିବା ପାଇଁ ଉଚିତ ପଦକ୍ଷେପ ନେବାସହ ସାମ୍ବାଦିକ ଙ୍କ ସହ କାନ୍ଧ ରେ କାନ୍ଧ ମିଶାଇ ଠିଆ ହେବ l ଏବଂ  ସାମ୍ବାଦିକ ଙ୍କ ବିରୁଦ୍ଧରେ ଏଭଳି ମିଥ୍ୟା ମାମଲା ବିରୁଦ୍ଧରେ ଏକଜୁଟ ହେବା ପାଇଁ ଶିବାଜୀ ଦାଶ, ସୁରେଶ ଦାସ, ଯୋଗୁ ପ୍ରଧାନ ଓ ମନୋ ରଞ୍ଜନ ଶତପଥୀ, ମୃତାଞ୍ଜୟ ନନ୍ଦ ମୁରାଲି ବଛା, ତୁଷାର ସାହୁ, ଓ ୬୦ରୁ ଉର୍ଦ୍ଧ ସାମ୍ବାଦିକ ଉପସ୍ଥିତ ଥିଲେ l ଏହି ସଙ୍ଘ ଜିଲ୍ଲା ବାହାରେ ମଧ୍ୟ ଅନ୍ୟ ସାମ୍ବାଦିକ ସଙ୍ଘ ମାନଙ୍କ ସହିତ ମିଶି କାର୍ଯ୍ୟ କରିବେ।
ରାୟଗଡା ଜିଲ୍ଲା ପ୍ରତିନିଧି
ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *