କନ୍ଧମାଳ ଜାଗରଣ ମଞ୍ଚ ପକ୍ଷରୁ ଲୋକନାଟ୍ୟ ଦଣ୍ଡ ସମାଜ ଓ କଳାକାରଙ୍କ ଦାବି ପ୍ରଦର୍ଶନ

କନ୍ଧମାଳ ଜାଗରଣ ମଞ୍ଚ ପକ୍ଷରୁ ଲୋକନାଟ୍ୟ ଦଣ୍ଡ ସମାଜ ଓ କଳାକାରଙ୍କ ଦାବି ପ୍ରଦର୍ଶନ। କନ୍ଧମାଳ ଜିଲ୍ଲାରେ ପାରମ୍ପରିକ ଲୋକ ସଂସ୍କୃତି ଓ ଲୋକନାଟ୍ୟ କଳାର ସୁରକ୍ଷା, ପ୍ରଚାର ଓ କଳାକାରମାନଙ୍କ ଅଧିକାର ସୁନିଶ୍ଚିତ କରିବା ଦାବିରେ କନ୍ଧମାଳ ଜାଗରଣ ମଞ୍ଚର ଆହ୍ୱାନରେ ମହାନ ଲୋକନାଟ୍ୟ ଦଣ୍ଡ ସମାଜ ଓ ବିଭିନ୍ନ କଳାକାରମାନଙ୍କ ଏକ ଚିନ୍ତନ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକ ପରେ ମାଦି କୁନ୍ଦା ଛକରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଥିଲା। ଶୋଭାଯାତ୍ରାରେ ଦଣ୍ଡନାଟ୍ୟ କଳାକାର, ସାମାଜିକ କର୍ମୀ ଓ ସଂସ୍କୃତି ପ୍ରେମୀମାନେ ଯୋଗଦେଇ ଲୋକନାଟ୍ୟ ଦଣ୍ଡ ସମାଜର ଉନ୍ନତି, କଳାକାରମାନଙ୍କ ସାମାଜିକ ସୁରକ୍ଷା, ସରକାରୀ ସହାୟତା ଓ ପାରମ୍ପରିକ କଳାର ସଂରକ୍ଷଣ ପାଇଁ ବିଭିନ୍ନ ଦାବି ଉଠାଇଥିଲେ। ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜାଗରଣ ମଞ୍ଚର ସଭାପତି ଶେଷଦେବ ଜାନି ସଂଯୋଜକ ପରେଶ ମହାପାତ୍ର, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, କନ୍ଧମାଳ ବିଧାୟକ ଉମା ଚରଣ ମଲ୍ଲିକ,ବୌଦ୍ଧ ଜିଲ୍ଲା ବିଧାୟକ ସୋରଜ ପ୍ରଧାନ, ଜି. ଉଦୟଗିରି ବିଧାୟକ ପ୍ରଫୁଳ୍ଲ ପ୍ରଧାନ କଳା କାର ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ସଦୟ ସମ୍ମତି ପ୍ରଦାନ କରିଥିଲେ। ପରେ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଉପରୋକ୍ତ ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଦଣ୍ଡନାଟ୍ୟ ଭଳି ପ୍ରାଚୀନ ଲୋକକଳାକୁ ବଞ୍ଚାଇ ରଖିବା ସହ କଳାକାରମାନଙ୍କ ଜୀବିକା ସୁଦୃଢ କରିବା ପାଇଁ ସରକାର ଶୀଘ୍ର ପଦକ୍ଷେପ ନେବାକୁ ଦାବି କରାଯାଇଥିଲା। କନ୍ଧମାଳ ଜାଗରଣ ମଞ୍ଚର ସଦସ୍ୟମାନେ କହିଥିଲେ ଯେ, ଲୋକନାଟ୍ୟ ଦଣ୍ଡ ସମାଜ ଓ ଏହା ସହ ଜଡିତ କଳାକାରମାନେ ଆମ ସାମ୍ପ୍ରଦାୟିକ ପରମ୍ପରାର ଅମୂଲ୍ୟ ଧରୋହର। ଏହାର ସୁରକ୍ଷା ଓ ପ୍ରୋତ୍ସାହନ ପାଇଁ ପ୍ରଶାସନ ଓ ସରକାରଙ୍କ ସକ୍ରିୟ ସହଯୋଗ ଅତ୍ୟାବଶ୍ୟକ ବୋଲି ସେମାନେ ମତ ପ୍ରକାଶ କରିଥିଲେ। କନ୍ଧମାଳରୁ ଶିବାଜୀ ଜେନା ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *