ସୁଭଦ୍ରା ଶକ୍ତି ମେଳା ଉଦଘାଟିତ

ନୂଆପଡ଼ା ଜିଲ୍ଲା ନେସନାଲ କଲେଜ୍ ପଡିଆ ଠାରେ ସୁଭଦ୍ରା ଶକ୍ତି ମେଳା ଉଦଘାଟିତ, ତ୍ରିସ୍ତରୀୟ ପଂଚାୟତରାଜ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରତିନିଧତ୍ଵ ରେ ମହିଳା ଶକ୍ତିଙ୍କ ସମ୍ଭାର ତା:୧୦.୦୩. ନେସନାଲ କଲେଜ୍ ପଡିଆ ଠାରେ ସୁଭଦ୍ରା ଶକ୍ତି ମେଳା ଉଦଘାଟିତ ହୋଇଯାଇଅଛି।

ଏହି ମେଳା କୁ ମହିଳା ଶକ୍ତି ଦ୍ଵାରା ଜିଲ୍ଲାପରିଷଦ ଅଧ୍ୟକ୍ଷା ଡଲି ମାଝୀ ଉଦ୍ଘାଟନ କରିଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟା ଉମା ଠାକୁର, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ , ଖରୀଆର ରୋଡ ଏନ୍ ଏ ସି ଅଧ୍ୟକ୍ଷା ଡଃ. ସୋନିଆ ଜୈନ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ତ୍ରିସ୍ତରୀୟ ପଂଚାୟତ ରାଜ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରତିନିଧତ୍ଵ ରେ ମହିଳା ଶକ୍ତିଙ୍କ ସମ୍ଭାର ଦେଖିବାକୁ ମିଳିଥିଲା।

ଜିଲ୍ଲାପାଳ ମଧୁସୂଦନ ଦାଶ, ଏସ ପି ଅମୃତ ପାଲ ସିଂ , ବନଖଣ୍ଡ ଅଧିକାରୀ ଅଜିଜ ଖାନ ଯୋଗ ଦେଇ ମହିଳାଙ୍କୁ ସ୍ମୃତି ସ୍ମାରକୀ ପ୍ରଦାନ କରି ସମ୍ମାନିତ କରିଥିଲେ।

Leave a Reply

Your email address will not be published. Required fields are marked *