ହାଡ଼କୋର ଅପରାଧୀ ଅମରେଶ ଗିରଫ

ଅପରାଧ ଦମନରେ ଆଉ ଗୋଟିଏ ବଡ଼ ସଫଳତା ହାସଲ କରିଛି ସ୍ପେସାଲ କ୍ରାଇମ ୟୁନିଟ। ସୁନ୍ଦରପଦା ଅଞ୍ଚଳରେ ଦୀର୍ଘଦିନ ଧରି ସକ୍ରିୟ ଥିବା ହାଡ଼କୋର ଅପରାଧୀ ଅମରେଶ ରାଉତଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି। ଏହି ଗିରଫ ଅଭିଯାନ ସହରରେ ବଢ଼ୁଥିବା ଅପରାଧ ନିୟନ୍ତ୍ରଣରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି।
ପୋଲିସ ସୂଚନା ଅନୁଯାୟୀ, ଅମରେଶ ରାଉତ ଦୀର୍ଘଦିନ ଧରି ଅସ୍ତ୍ର ଚାଲାଣ, ଦବାବ ସୃଷ୍ଟି କରି ଅର୍ଥ ଆଦାୟ, ଏବଂ ଅନ୍ୟାନ୍ୟ ଗୁରୁତର ଅପରାଧରେ ଜଡିତ ଥିଲେ। ସେ ସୁନ୍ଦରପଦା ଏବଂ ପାଶ୍ୱର୍ବତୀ ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି କରିଥିବା ଅଭିଯୋଗ ରହିଛି। ସେଠାରେ ସାଧାରଣ ଲୋକମାନେ ତା ନା ଶୁଣିଲେ ଭୟଭୀତ ହୋଇଯାଉଥିଲେ।

ଗୁପ୍ତ ସୂଚନାର ଆଧାରରେ ସ୍ପେସାଲ କ୍ରାଇମ ୟୁନିଟ ଏକ ବିଶେଷ ଅଭିଯାନ ଚାଲାଇଥିଲା। ପୂର୍ବ ଯୋଜନା ଅନୁଯାୟୀ ଟିମ୍ ସୁନ୍ଦରପଦା ଅଞ୍ଚଳରେ ଚଢ଼ାଉ କରି ଅମରେଶକୁ ଘେରାଉ କରିଥିଲା। ଏ ଅଭିଯାନ ସମୟରେ ସେ ପଳାଇବାକୁ ଚେଷ୍ଟା କରିଥିଲା ମଧ୍ୟ ପୋଲିସର ସତର୍କ ଏବଂ ତ୍ୱରିତ କାର୍ଯ୍ୟାନୁଷ୍ଠାନରେ ସେ ଧରାପଡ଼ିଥିଲେ।

ଗିରଫ ସମୟରେ ତାଙ୍କ ନିକଟରୁ ଦୁଇଟି ଅବୈଧ ବନ୍ଧୁକ ଏବଂ 10 ରାଉଣ୍ଡ ଗୁଳି ଜବଦ କରାଯାଇଛି। ପୋଲିସ କହିଛି ଯେ, ଏହି ଅସ୍ତ୍ରଗୁଡ଼ିକ କୌଣସି ଗୁରୁତର ଅପରାଧରେ ବ୍ୟବହୃତ ହେବାକୁ ଥିଲା ବୋଲି ସନ୍ଦେହ କରାଯାଉଛି। ଏହା ସହିତ ଅନ୍ୟ କିଛି ସନ୍ଦେହଜନକ ସାମଗ୍ରୀ ମଧ୍ୟ ଜବଦ ହୋଇଥିବା ସୂଚନା ମିଳିଛି।

ପୋଲିସ ଅଧିକାରୀମାନେ କହିଛନ୍ତି ଯେ, ଅମରେଶ ବିରୁଦ୍ଧରେ ପୂର୍ବରୁ କେତେକ ମାମଲା ରହିଛି ଏବଂ ସେ ଅନେକ ଅପରାଧ ଘଟଣାରେ ସାମିଲ ଅଛି । ତାଗିରଫ ପରେ ଅନେକ ଅନ୍ୟାନ୍ୟ ଅପରାଧୀ ଙ୍କ ସୂତ୍ର ମିଳିବାର ସମ୍ଭାବନା ରହିଛି। ପୋଲିସ ଏବେ ତାଙ୍କୁ ପଚରାଉଚାର କରି ଅନ୍ୟ ସହଯୋଗୀମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରୁଛି।

ସ୍ଥାନୀୟ ଲୋକମାନେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରିଛନ୍ତି। ତାଙ୍କମତରେ, ଏହି ଗିରଫ ପରେ ଅଞ୍ଚଳରେ ଶାନ୍ତି ଓ ସୁରକ୍ଷାର ପରିବେଶ ଫେରିବ। ଦୀର୍ଘଦିନ ଧରି ଅପରାଧୀମାନଙ୍କ ଆତଙ୍କରେ ଜୀବନଯାପନ କରୁଥିବା ଲୋକମାନେ ଏବେ ଆଶ୍ୱସ୍ତ ଅନୁଭବ କରିଛନ୍ତି।

ସ୍ପେସାଲ କ୍ରାଇମ ୟୁନିଟ ପକ୍ଷରୁ ଏସିପି ମାନସ ସ୍ୱାଇଁ କହିଛନ୍ତି ଯେ, ଆଗାମୀ ଦିନରେ ମଧ୍ୟ ଏପରି ଅଭିଯାନ ଜାରି ରହିବ ଏବଂ ସହରକୁ ଅପରାଧମୁକ୍ତ କରିବା ପାଇଁ ସଂକଳ୍ପବଦ୍ଧ ଚେଷ୍ଟା କରାଯିବ। ଏହି ଘଟଣା ପ୍ରମାଣ କରୁଛି ଯେ, ଆଇନର ହାତ ରୁ କୌଣସି ଅପରାଧୀ ଖସି ପାରିବେ ନାହିଁ।
ଭୁବନେଶ୍ୱର ରୁ କ୍ରାଇମ ରିପୋର୍ଟ ଦୁର୍ଗା ମହଲା ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *