ସ୍ୱାମୀ ସୁଧା ନନ୍ଦ ସରସ୍ୱତୀ ଙ୍କ ଦ୍ଵାରା ୨୪ କୁଣ୍ଡିୟ ଯଜ୍ଞ।

ବେଦ ପ୍ରଚାର ସମିତି, ଭଞ୍ଜନଗର ବିଗତ କିଛି ବର୍ଷ ହେଲା ବେଦର ପ୍ରଚାର ସହ ବହୁକୁଣ୍ଡୀୟ ବିଶ୍ବଶାନ୍ତି ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ କରି ଆସୁଛି। ଏହି ଅନୁଷ୍ଠାନ ବର୍ତ୍ତମାନ ସମାଜରେ ବେଦର ଆବଶ୍ୟକତା ଓ ଯଜ୍ଞର ଉପକାରିତାକୁ ଲୋକଙ୍କୁ ବୁଝାଇବା ସହ ବିଭିନ୍ନ ସ୍ଥାନରେ ଯଜ୍ଞ କରି ଆସୁଛି।

ଏହି ଆଜି ଭଞ୍ଜନଗର ବଡ କୋଦଣ୍ଡା ଛକ ନିକଟରେ ବେଦ ପ୍ରଚାର ସମିତି ର ନିଜସ୍ଵ ଗୃହ ସହ କଲ୍ୟାଣ ମଣ୍ଡପ ଉଦଘାଟିତ ହୋଇଛି। ଏହି ଉଦଘାଟନ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ‘ଶ୍ରୁତିନ୍ୟାସ’ ଅଧ୍ୟକ୍ଷ ସ୍ୱାମୀ ସୁଧାନନ୍ଦ ସରସ୍ୱତୀ ଉଦଘାଟନ କରିଥିଲେf ବେଦ ପ୍ରଚାର ସମିତି ପରିବାର ତରଫରୁ ସ୍ୱତନ୍ତ୍ର ଯଜ୍ଞ, ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ବହୁ ପରିବାର ୨୪କୁଣ୍ଡିୟ ବୈଦିକ ବିଶ୍ଵଶାନ୍ତି ମହାଯଜ୍ଞରେ ଭାଗ ନେଇଥିବା

ବେଳେ ଗଂଜାମ ଜିଲ୍ଲାର ବିଭିନ୍ନ ବେଦ ପ୍ରଚାର ସମିତିର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ ନୂତନ କଲ୍ୟାଣ ମଣ୍ଡପ ତଥା ବେଦ ପ୍ରଚାର ସମିତି ର ନିଜସ୍ବ ଗୃହ ନାମକରଣ ‘ସ୍ୱସ୍ତ୍ୟୟନମ୍’ ରଖାଯାଇଛି। ଏହି କଲ୍ୟାଣ ମଣ୍ଡପରେ ବେଦ ପ୍ରଚାର ସମିତି ତରଫରୁ ପ୍ରତ୍ୟେକ ରବିବାର ପ୍ରବଚନ, ଯୋଗ, ପ୍ରାଣାୟମ ଓ ବେଦ ଜ୍ଞାନ ଦିଆଯିବ ସହ ଭଞ୍ଜନଗର ଉପଖଣ୍ଡର ଜନସାଧାରଣଙ୍କ ପାଇଁ ନୂତନ କଲ୍ୟାଣ ମଣ୍ଡପ ବ୍ୟବହାର ହୋଇ ପାରିବ। ଆଜି ଏହି ଉଦଘାଟନ କାର୍ଯ୍ୟକ୍ରମରେ ସ୍ଵାମୀ ସୁଧାନନ୍ଦ ମହାରାଜ ବେଦ ଓ ଯଜ୍ଞର ଆବଶ୍ୟକତା ବିଷୟରେ ପ୍ରବଚନ ଦେବା ସହ ସୁସ୍ଥ ସମାଜରେ ଛାତ୍ରଛାତ୍ରୀ ଙ୍କ ଭୂମିକା ବିଷୟରେ କହିଥିଲେ। ଏହି ଅବସରରେ ବେଦ ପ୍ରଚାର ସମିତି ତରଫରୁ ସ୍ୱାମୀ ସୁଧାନନ୍ଦ ସରସ୍ୱତୀଙ୍କୁ ଧନ୍ୟବାଦ କୃତଜ୍ଞତା ଜଣାଇଥିଲେ,

ସେହିପରି ସ୍ଵାମୀଜୀ ମହାରାଜ ମଧ୍ୟ ପ୍ରଚାର ସମିତିକୁ ସାଧୁବାଦ ଜଣାଇଥିଲେ।ଆଜିର କାର୍ଯ୍ୟକ୍ରମ କୁ ଶ୍ରୀ ଵିଷ୍ଣୁ ପ୍ରସାଦ ମୁନି ଓ ବ୍ରହ୍ମଚାରୀ ସଞ୍ଜୟ କୁମାର ଜେନା ପରିଚଳନା କରିଥିଲେ।
ଭଞ୍ଜନଗର ରୁ ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *