ଚଇତି ପର୍ବର ଷଷ୍ଠ ଦିବସରେ ମା ତରୁଣୀକୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଏମ. ପି ଅନନ୍ତ ନାଏକ, ଏମ. ଏଲ. ଏ ଅଖିଳ ନାଏକ, ଫକୀର ନାଏକ ଏବଂ ବିଜେପି ର ଜିଲ୍ଲା ସଭାପତି ଶୁକଦେବ ମହନ୍ତ କେନ୍ଦୁଝର ଜିଲ୍ଲା ହନୁମାନ ଜୟନ୍ତୀ ପଦଯାତ୍ରା ରେ ଭାଗ ନେଇଥିଲେ।
ଚଇତି ପର୍ବର ଷଷ୍ଠ ଦିବସରେ ମା ତରୁଣୀକୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ଜଗତ୍ ଜନନୀ ମା ତାରିଣୀଙ୍କ ୮୯ ତମ ଚଇତିପର୍ବ ଅବସରରେ ଆଜି ଥିଲା ଷଷ୍ଠ ଦିବସ । ତତ ସହିତ ଆଜି ପବିତ୍ର ଓଡିଆ ନବବର୍ଷ ଓ ହନୁମାନ ଜୟନ୍ତି । ଏହି ପରିପ୍ରେକ୍ଷୀରେ ଆଜି ମା ତାରିଣୀଙ୍କ ପିଠ ମାତୃପ୍ରେମୀ ମାନଙ୍କ ଗହଣରେ ପୁରିଉଠିଥିଲା । ତେବେ ଠିକ୍ ଦିନ ୧୨.୩୦ ମି ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ତରଣ ମାଝୀ ହେଲିକେପ୍ଟର ଯୋଗେ ଘଟଗାଁ କଲେଜ ପଡିଆ ଠାରେ ଅବତରଣ କରିଥିଲେ । ତାଙ୍କୁ ସେଠାରେ ଜିଲା ସାଂସଦ ଅନନ୍ତ ଚରଣ ନାୟକ ଓ ଅନ୍ୟାନ୍ୟ ନେତୃବୃନ୍ଦ ସୁ ସ୍ବାଗତମ୍ ଜଣାଇବା ସହିତ ମା ତାରିଣୀଙ୍କ ମନ୍ଦିର ପ୍ରଧାନ ଦ୍ବାର ନିକଟରେ ପ‌ହ‌ଞ୍ଚାଇ ଥିଲେ । ତାଙ୍କ ସହିତ ଜିଲା ଆରକ୍ଷୀ ଅଧିକାରି ଓ ଅନ୍ୟାନ୍ୟ ପୋଲିସ୍ ପ୍ରଶାସନିକ ଅଧିକାରି ସମେତ ଘଟଗାଁ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ, ମନ୍ଦିର କମିଟିର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ଉପରେ ଦୃଷ୍ଟି ଦେଇଥିଲେ । ମୁଖ୍ୟମନ୍ତ୍ରୀ, ସାଂସଦମାନେ ଓ ବିଧାୟକ ମାନେ ମା ତାରିଣୀ କୁ ଦର୍ଶନ କରିବା ସହିତ ମନ୍ଦିର ପରିସର ଭିତରେଥିବା ମନ୍ଦିର ଗେଷ୍ଟ ହାଉସ୍ ରେ କିଛି ସମୟ ଅତିବାହିତ କରିବା ପରେ ପ୍ରସାଦ ସେବନ କରିଥିଲେ । ପରେ ସ୍ନାନିୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହିତ କିଛି ସମୟ ଦେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ଆଗମନ ସମୟରେ ଉପସ୍ଥିତ ମାତୃପ୍ରେମୀ ମାନେ ତାଙ୍କୁ ପ୍ରାଗତ ସମ୍ବର୍ଦ୍ଦନା ଜଣାଇଥିଲେ । ଆଜି ପରି ପବିତ୍ର ଦିନରେ ହଜାର ହଜାର ମାତୃପ୍ରେମୀ ମାନଙ୍କୁ ଦେଖି ସେ ଖୁସୀ ଅନୁଭବ କରିଥିଲେ ଓ ନିଜକୁ ଧନ୍ୟ ମନେ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ମା ତାରିଣୀ ପିଠକୁ ଆଗମନ ଯୋଗୁଁ ମାତୃପିଠ ଅଧ‌ିକ ଚଳଚଞ୍ଚଳ ହୋଇଉଠିଥିଲା।

Leave a Reply

Your email address will not be published. Required fields are marked *