ମୁଁ ବର୍ଷା ସ୍ୱାଗତ କରୁଛି ଫଟୋ ନିୟୁଜ, “ନିୟୁଜ ରୁମ ” କୁ।ଦୁର୍ଘଟଣା ରେ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର।
କେନ୍ଦୁଝର ଜିଲ୍ଲା ଘଟଗାଁ ବଜାରର ମୁଖ୍ୟ ରାସ୍ତାରେ ଏକ ସ୍କୋଡା କାର ବାଇକ କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ସ୍ୱାମୀ ଗୁରୁତର ଆହାତ ହୋଇଛନ୍ତି। ସୂଚନା ଅନୁଯାୟୀ ଘଟଗାଁ ବ୍ଳକ ଅନ୍ତର୍ଗତ ଗଦାଧରପୁର ଗ୍ରାମର ସୁରେଶ ବେହେରା ତାଙ୍କ ପତ୍ନୀ ପୂର୍ଣ୍ଣିମା ବେହେରା ଏକ ବାଇକ ଯୋଗେ ଆସୁଥିବା ବେଳେ ଏକ ସ୍କୋଡା କାର ତାଙ୍କୁ ଧକ୍କା ଦେଇଥିଲା। ଉଭୟଙ୍କୁ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଁଚି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଚଳାଇଛି। ଘଟଗାଁ ରୁ ମନୋଜ କୁମାର ପାତ୍ର ଙ୍କ ରିପୋର୍ଟ ଫୋଟ ନିୟୁଜ୍ ଟାଇମ୍ସ।
ଦୁର୍ଘଟଣା ରେ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର
