ବାଲିଗୁଡାରେ ଡିସିବି ବ୍ୟାଙ୍କର ନୂତନ ଶାଖା ଉଦ୍‌ଘାଟିତ

ମୁଁ ବର୍ଷା ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି।ବାଲିଗୁଡାରେ ଡିସିବି ବ୍ୟାଙ୍କର ନୂତନ ଶାଖା ଉଦ୍‌ଘାଟିତ।

କନ୍ଧମାଳ ଜିଲ୍ଲାର ବ୍ୟବସାୟିକ କେନ୍ଦ୍ର ଭାବେ ପରିଚିତ ବାଲିଗୁଡା ସହରରେ ଡିସିବି ବ୍ୟାଙ୍କର ଏକ ନୂତନ ଶାଖା ମଙ୍ଗଳବାର ଅପରାହ୍ନରେ ଉଦ୍‌ଘାଟିତ ହୋଇଯାଇଛି। ସହରର ମହାଲଷ୍ମୀ ଏଚପି ପେଟ୍ରୋଲ ପମ୍ପ ନିକଟରେ ଏହି ନୂତନ ଶାଖା ଆରମ୍ଭ ହୋଇଥିବା ବେଳେ ଉଦ୍‌ଘାଟନୀ ଉତ୍ସବରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବାଲିଗୁଡା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ବ୍ୟାଙ୍କର ନୂତନ ଶାଖାକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ, ଡିସିବି ବ୍ୟାଙ୍କର ସିନିଅର ରିଜିଓନାଲ ମୁଖ୍ୟ ପ୍ରିୟବ୍ରତ ସାମଲ, ଶାଖା ପ୍ରବନ୍ଧକ ଅରୁଣ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହି ଉଦ୍‌ଘାଟନୀ ଉତ୍ସବରେ ସମଗ୍ର କାର୍ଯ୍ୟକ୍ରମର ସମନ୍ୱୟ ରଖିଥିଲେ। ଏହି ଡି ସି ବି ବ୍ୟାଙ୍କ ର ଏକ ନୂତନ ଶାଖା ଖୋଲାଯିବା ଫଳରେ ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳର ଲୋକମାନେ ଅତ୍ୟାଧୁନିକ ବ୍ୟାଙ୍କିଙ୍ଗ ସେବା ଖୁବ ଶିଘ୍ର ପାଇପାରିବେ ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି।
ବାଲିଗୁଡା ରୁ ସଞ୍ଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *