ରାୟଗଡ଼ା ଜିଲ୍ଲା ଗୁଣପୁରର ଉପଖଣ୍ଡ ଚିକିତ୍ସାଳୟରେ ଆଜି ଏପରି ଅବହେଳା ଦୃଶ୍ୟ ଦେଖିବାକୁ ମିଳିଥିଲା ।
ସରକାର ସାଧାରଣ ଲୋକଙ୍କ ସେବା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାରୀ ଚିକିତ୍ସାଳୟ ନିର୍ମାଣ କରି ସେଠାରେ ଭଲ ଡାକ୍ତରମାନଙ୍କୁ ନିଯୁକ୍ତି କରାଯାଇଥାଏ କାରଣ ଡାକ୍ତରମାନଙ୍କ ଦ୍ଵାରା ସଧାରଣ ଲୋକଙ୍କୁ ଭଲ ସେବା ସୁଶୃତା ମିଳିବ ଏବଂ ଠିକ୍ ସମୟରେ ଉଚିତ ସେବା ମିଳିପାରିବ । ସେହି ଆଶା ଭରସାରେ ରୋଗିମାନେ ଚିକିତ୍ସାଳୟରେ ଟିକଟ ନେଇ ଘଣ୍ଟା ଘଣ୍ଟା ଧରି ଡାକ୍ତରମାନଙ୍କୁ ଅପେକ୍ଷା କରିଥାନ୍ତି। କିନ୍ତୁ ଡାକ୍ତରମାନେ ଯଦି ଠିକ୍ ସମୟ ଉପସ୍ଥିତ ହୁଅନ୍ତି ନାହିଁ ଏବଂ ନୀର୍ଦ୍ଧାରିତ ସମୟ ପୂର୍ବରୁ ଚାଲିଯାଆନ୍ତି ତେବେ ସେହି କ୍ଷେତ୍ରରେ କେତେଜଣ ରୋଗିଙ୍କୁ ଚିକିତ୍ସା ହୋଇ ଥାଆନ୍ତି । କ୍ୟୁ ଲାଇନରେ ବୃଦ୍ଧା ବୃଦ୍ଧି , ମଧୁମେହ ଜନିତ ରୋଗିମାନେ ଓ ଶିଶୁ ମାନଙ୍କୁ ଧରି ଡାକ୍ତରଙ୍କୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଥାଏ , କିନ୍ତୁ ଡାକ୍ତର ମାନେ ବିଳମ୍ୱରେ ଉପସ୍ଥିତ ହୋଇଥାନ୍ତି । ଏହି କ୍ଷେତ୍ରରେ ଆମ ପ୍ରତିନିଧି ପହଞ୍ଚି ତଥ୍ୟ ସଂଗ୍ରହ କରିବା ସମୟରେ ସେଠାରେ କାର୍ଯ୍ୟରତ ସେକ୍ୟୁରିଟୀ ଗାର୍ଡ଼ କହୁଛନ୍ତି କି ଡାକ୍ତର ଅପରେସନ ଥିଏଟରରେ ଅଛନ୍ତି କହି ଧୁଆଁ ବୁଲାଉଛନ୍ତି । ଏହା କେତେ ଦୂର ସତ୍ୟ ତଦନ୍ତରୁ ହିଁ ଜଣାପଡେ । ଗୁଣପୁର ମେଡିକାଲରେ ବଡ଼ ଡାକ୍ତର ମଧ୍ୟ ଠିକ୍ ସମୟରେ ଉପସ୍ଥିତ ନଥାନ୍ତି ଏହା କିପରି ବ୍ୟବସ୍ଥାରେ ଚାଲିଛି ତାହା ସାଧାରଣରେ ପ୍ରଶ୍ନବାଚୀ ହୋଇଛି ।
ଗୁଣପୁର ରୁ ଗଣେଶ କୋଲାଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।
