ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ମହା ଆଡମ୍ବର୍ସହକାରେ ପାଳନ

ମୁଁ ବର୍ଷା ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି।ରାୟଗଡା ସହରର ତେଜସ୍ୱୀ ହୋଟେଲ ଠାରେ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ମହା ଆଡମ୍ବର୍ସହକାରେ ପାଳନ କରାଯାଇଛି।  କଳୀଙ୍ଗଟିଭି ରାୟଗଡ଼ା ବ୍ୟୁରୋ ହେଡ ଅମୂଲ୍ୟ ରତ୍ନ ସାହୁ ଙ୍କ ନେତୃତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରାୟଗଡ଼ା ରେଳ ଡିଭିଜନ ର ଡି ଆର ଏମ ଅମିତାଭ ସିଂଘଲ ମୁଖ୍ୟ ଅତିଥି , ରାୟଗଡ଼ା ବିଡିଓ ସୌଜିଟିଭି କୁମାର ମିଶ୍ର  ସମ୍ମାନିତ ଅତିଥି ,ରାମନାଗୁଡା ତହସିଲଦାର ପ୍ରାଣ କୃଷ୍ଣ ପାଣିଗ୍ରାହୀ ଅନ୍ୟତମ ଅତିଥି ଓ କିସ୍ ଆଲୁମିନି ରାଜ୍ୟ ସଭାପତି ହର ପ୍ରସାଦ ହେପୃକା ମୁଖ୍ୟ ବକ୍ତାଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ଅନାଥ ଆଶ୍ରମ ସେବା ସମାଜ ର ଛାତ୍ରୀ ମାନେ ଶିବ ତାଣ୍ଡବ ପ୍ରାରମ୍ଭିକ ନୃତ୍ୟ ପରିବେଷଣ କରିଥିଲେ। ଆତିଥି ମାନଙ୍କ ଦ୍ୱାରା  ପ୍ରଦୀପ ପ୍ରଜ୍ୱଳନ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। କଳୀଙ୍ଗଟିଭି ପ୍ରତିନିଧି ଅମୂଲ୍ୟ ରତ୍ନ ସାହୁ ଡଃ ଅଚ୍ୟୁତ ସାମନ୍ତ ଙ୍କ ଦ୍ଵାରା ପ୍ରେରିତ ବାର୍ତ୍ତା ପଠନ କରିଥିଲେ। ସୁସ୍ଥ ସମାଜ ଗଠନ ପାଇଁ ସହାୟତା ହିଁ ମାଧ୍ୟମ ଏବଂ ଆମେ ଆମର ଆଗାମୀ ପିଢ଼ି ପାଇଁ ଆର୍ଟ ଅଫ ଗିଭିଂ ଶିକ୍ଷା ଦେବା ଉଚିତ୍ ବୋଲି ଡିଆରଏଏମ୍ ଅମିତାଭ ସିଂଘଲ କହିଥିଲେ।

ଏଠାରେ  ରୟାଗଡ଼ ବିଡ଼ିଓ ସୁଜିତ କୁମାର ମିଶ୍ର ନିଜ ମତ ଓ ମନ୍ତବ୍ୟ ରଖିଛନ୍ତି।

ରାୟଗଡା ରୁ ମନୋରଞ୍ଜନ ଶତପଥି ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *