ଭାକୁରୁଗୁଡା ଗ୍ରାମରେ ଡକ୍ଟର ଆମ୍ବେଦକର ଯୁବକ ସଂଘ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

ମୁଁ ବର୍ଷା ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି।ଆଜି ରାୟଗଡ଼ା ଜିଲ୍ଲା ସଦର ବ୍ଳକର କତାପେଟା ପଞ୍ଚାୟତର ଭାକୁରୁଗୁଡା ଗ୍ରାମରେ ଡକ୍ଟର ଆମ୍ବେଦକର ଯୁବକ ସଂଘ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି ।

ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଡକ୍ଟର ଆମ୍ବେଦକର ଯୁବକ ସଂଘ ଦ୍ୱାରା ଆୟୋଜିତ ହୋଇଯାଇଛି। ୧୬ ଗୋଟି ଯୁବକ ସଂଘର ଯୁବକ ମାନଙ୍କୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ହୋଇଛି। ମୁଖ୍ୟ ଅତିଥି ଭାବରେ କତାପେଟା ପଞ୍ଚାୟତ ପୂର୍ବତନ ସରପଞ୍ଚ ପ୍ରସାଦ ହୁଇକା ସମାଜସେବୀ ତଥା ଯୁବ ସାମ୍ବାଦିକ ଶ୍ରୀ ସଦାନନ୍ଦ ପେଦେଣ୍ଟି ,ଭାକୁରୁଗୁଡା ଗ୍ରାମ ର ସାଉନ୍ତା ସୋମାରାଓ ହିମିରିକା ଯୋଗଦେଇଥିଲେ ! ପ୍ରଥମ ମ୍ୟାଚ୍ ଯାହା କୁଲଜିଂ ଯୁବକ ସଂଘ ଏବଂ କତାପେଟା ଯୁବକ ଟିମ୍ ମଧ୍ୟ ରେ ହୋଇଥିଲା। କୋତାପେଟା ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୯୯ ରନ୍ କରିଥିଲା! ଏହାର ଜବାବରେ କୁଲଜିଂ ଦଳ ୧୦.୧ ଓଭରରେ ୧୦୦ରନ୍‌ କରି ବିଜୟ ହୋଇଥିଲେ | ମୁଖ୍ୟ ଅତିଥି ସମସ୍ତ ଶ୍ରୀ ପ୍ରସାଦ ହୁଇକା ଖେଳାଳିଙ୍କୁ ଉତ୍ସାହିତ କରିବା ସହ ପ୍ରେରଣା ଦେଇ କହିଥିଲେ ଯେ ସମସ୍ତ ଯୁବକ ଭାଇମାନେ କ୍ରୀଡା ଏବଂ ଖେଳକୁଦ ଆମ ଦୈନନ୍ଦିନ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଦରକାର ଅଟେ। ଆମକୁ ସୁସ୍ଥ ରଖିବା ପାଇଁ ଏହା ଏକ ଭଲ ଅଭ୍ୟାସ ଅଟେ | ସବୁଠୁ ବଡ କଥା ହେଲା ଖେଳ ଆନନ୍ଦ ଦିଏ। ଜିତିବା ହାରିବା ଅଲଗା କଥା, କିନ୍ତୁ ମଇଦାନରେ ଯେଉଁ ମଜା ମିଳେ ସେଇଟା ହିଁ ଅସଲି ପୁରସ୍କାର। ଏକ ସୁଖୀ ଏବଂ ସଫଳ ଜୀବନଯାପନ କରିବାକୁ ଶାରୀରିକ ଏବଂ ମାନସିକ ସୁସ୍ଥତା ନିହାତି ଦରକାର |

ଜଣେ ବ୍ୟକ୍ତି ଯଦି ଶାରୀରିକ ସ୍ବରରେ ଦୁର୍ବଳ ତେବେ ସେ ମାନସିକ ସ୍ବରରେ କଦାପି ଶକ୍ତିଶାଳୀ ହୋଇପାରିବ ନାହିଁ | ତେଣୁ ସମସ୍ତେ ତାଙ୍କ ସ୍ବାସ୍ଥ୍ୟ ପ୍ରତି ଉପଯୁକୁ ଧ୍ୟାନ ଦେବା ଉଚିତ୍‌ । ଖେଳ ଏବଂ କ୍ରୀଡ଼ାରେ ଅଂଶଗ୍ରହଣ କରି ଜଣେ ନିଜ ଶରୀରକୁ ସୁସ୍ଥ କରିପାରିବ।ଭବିଷ୍ୟତ ପାଇଁ ସ୍କୁଲ/କଲେଜ୍ ସ୍ପୋର୍ଟସ କଟା ରେ ଆଡମିଶନ୍ ସୁବିଧା ଚାକିରି ସେନା, ପୋଲିସ, ରେଳ ବିଭାଗରେ ସ୍ପୋର୍ଟସ କଟାଅଛି ବୋଲି ସମସ୍ତ ଦଳର ଖୋଳୀମାନଙ୍କୁ କହିଥିଲେ। ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନା କରିଥିବା ବେଳେ ଗ୍ରାମର ଯୁବଗୋଷ୍ଠୀ ଏବଂ ଡକ୍ଟର ଆମ୍ବେଦକର ଯୁବକ ସଂଘ ଓ ସଂଘ ର ଯୁବକ ଓ ଗ୍ରାମର ଭଦ୍ରବେକ୍ତି ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

Leave a Reply

Your email address will not be published. Required fields are marked *