କ୍ରସରରୁ ଉଦ୍ଧାର ହେଲା ୧୨ ଫୁଟର ଅହିରାଜ ନାଗ।
ଆଜି ରାୟଗଡ଼ା ନିକଟରେ ଥିବା ଏକ କ୍ରସରରୁ ୧୨ ଫୁଟ ରୁ ଉର୍ଦ୍ଧ୍ବ ଲମ୍ବା ଥିବା ଏକ ଅହିରାଜ ନାଗ କୁ ଉଦ୍ଧାର କରାଯାଇଛି।ଉଦ୍ଧାର ପରେ ସାପକୁ ବନ ବିଭଗ ଦ୍ୱାରା ଗୁମ୍ମା ଜଙ୍ଗଲ ରେ ଛାଡ଼ି ଦିଅଯାଇଛି।ଉଦ୍ଧାର ହୋଇଥିବା ଅହିରାଜ ସାପଟିର ଉଜନ ପ୍ରାୟ ୨୦ କି,ଲୋ ଓଜନ ହେବ ବୋଲି କୁହାଯାଇଛି।ମିଳିଥିବା ସୂଚନା ପ୍ରକାରେ ରାୟଗଡା ଜିଲ୍ଲା କୋଲନରା ବ୍ଲକ ଗୁଆକଣା ଗ୍ରାମ ନିକଟରେ ଥିବା କ୍ରସର ପରିସରରେ କର୍ମଚାରୀ ମାନେ ରହୁଥିବା ଏକ ଘର ଭିତରେ ସାପଟି ଥିବା ଜାଣିବାକୁ ପାଇବା ପରେ ରାୟଗଡ଼ା ବନ ବିଭାଗକୁ କର୍ମଚାରୀ ମାନେ ଖବର ଦେଇଥିଲେ।ବନ ବିଭଗର କୌଣସି ସ୍ନେକ ହେଲ୍ପ ଲାଇନ ନଥିବାରୁ ପରେ ବିଭାଗ ପକ୍ଷରୁ ସାପ ଧରାଳି ପ୍ରଦୀପ ସେନାପତି ଙ୍କୁ ନେଇ ଉଦ୍ଧାର କରାଯାଇ ଥିଲା ।ପରେ ରାୟଗଡ଼ା ବନଅଞ୍ଚଳ ଅଧିକାରୀ କାମେଶ୍ୱର ଆଚାରିଙ୍କ ଉପସ୍ଥିତିରେ ଗୁମ୍ମା ସଂଗ୍ରହୀତ ଜଙ୍ଗଲରେ ସାପଟିକୁ ଛଡା ଯାଇଥିଲା। ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ଅତ୍ୟଧିକ ଗରମ ଯୋଗୁଁ ପାହାଡିଆ ଅଞ୍ଚଳରେ ଥିବା ବିଭିନ୍ନ ବିଷଧର ସାପ ଓ ଅନ୍ୟାନ୍ୟ ସରୀସୃପ ମାନେ ଜନବସତି ମୁହାଁ ହେଉଛନ୍ତି। ଜଙ୍ଗଲ ନିଆଁ ରୋକିବାରେ ଅସମର୍ଥ ଯୋଗୁଁ ଜଙ୍ଗଲରେ ଥିବା ବିରଳ ସରି ସୃପ ପ୍ରାୟ ଲୁପ୍ତ ହେବାକୁ ଗଲାଣି। ତେବେ ସେମାନଙ୍କୁ କୌଣସି ପ୍ରକାର କ୍ଷତି ନକରି ଉଦ୍ଧାର କରି ପୁଣି ଥରେ ଜଂଗଲ ରେ ଛାଡିଦେବା ଆବଶ୍ୟକ ବୋଲି ସାପ ଧରାଳି ପ୍ରଦୀପ ସେନାପତି କହିଛନ୍ତି।
ରାୟଗଡ଼ାରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ସନ୍ତୋଷ ସାହୁଙ୍କ ରିପୋର୍ଟ।
ଧ୍ବଂସ ମୁଖରେ ଜଙ୍ଗଲ।ପଶୁ ପକ୍ଷୀଓ ସୋରିସୃପ ଜନ ବସତି ମୁହାଁ।
