ଏପଟେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ବିଭିନ୍ନ ଗାଁରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି, କିନ୍ତୁ କନ୍ଧମାଳ ସମେତ ବହୁତ ଜିଲ୍ଲାରେ ପ୍ରଶାସନ ବୈଶାଖୀ ମହୋତ୍ସବ ପାଇଁ ତତ୍ପର। କାଳବୈଶାଖୀ ସମେତ ବର୍ଷା,ଘଡ଼ଘଡ଼ି ଓ ତୁହାକୁ ତୁହା ବର୍ଷା ପବନରେ ଅନେକ ଧନଜୀବନ ନଷ୍ଟ ହୋଇଥିବା ଦେଖୁବାକୁ ମିଳିଛି ।କାଳବୈଶାଖୀ ବର୍ଷା,ପବନ ଓ ଘଡ଼ଘଡ଼ି ପ୍ରଭାବରେ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ବାତେରପଡ଼ା ଗାଁର ଜଗନ୍ନାଥ ନାଏକ ଓ ହେମ ହରିଜନଙ୍କ ଘର ଉପରେ ଏକ ବିରାଟ ବରଗଛ ଉପୁଡି ପଡିଯାଇଥିବା ବେଳେ ଦୁଇ ପରିବାରର ୬ଜଣ ଅଳ୍ପକେ ବର୍ତ୍ତୀ ଯାଇଥିଲେ l ସୂଚନା ଅନୁସାରେ ରବିବାର ଦିନ ଦ୍ୱିପ୍ରହର ହଟାତ ବର୍ଷା, ଘଡଘଡି ସମେତ ଜୋରରେ ପବନ ହୋଇଥିଲା ଯାହାଫଳରେ ଘର ପାଖରେଥିବା ଏକ ବିରାଟ ବରଗଛ ଉପୁଡିଯାଇ ଦୁଇଟି ଘର ଉପରେ ପଡ଼ି ଯାଇଥିଲା l ଘର ଉପରେ ଗଛ ପଡିଯାଇଥିବା ବେଳେ ଦୁଇ ପରିବାର ଅଳ୍ପକେ ବର୍ତ୍ତିଯାଇଥିଲେ ହେଲେ ଘର ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଛି ଏବେ ଦୁଇ ପରିବାର ବାସହୀନ ହୋଇପଡିଛନ୍ତି l ତେବେ ସାଧାରଣ ଭାବେ ଗରିବ ଲୋକ ହୋଇ ଥିବାବେଳେ ଘର ସଜାଡିବା ମୁସ୍କିଲ ହୋଇପଡ଼ିଛି | ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରି କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହେଉଛି । ଯୁଦ୍ଧ କାଳୀନ ଭିତ୍ତିରେ ଉଜୁଡି ଯାଇଥିବା ଘରର ହିତାଧିକାରୀଙ୍କୁ ପଲିଥିନ ସହ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ପ୍ରଶାସନଙ୍କୁ ଗୁହାରି କରୁଛନ୍ତି ।
ଆଜି କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରେ ଆସନ୍ତା ଏପ୍ରିଲ ୨୭ ଠାରୁ ମେ ୮ ପର୍ଯ୍ୟନ୍ତ ହେବାକୁ ଥିବା କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ୨୦୨୫ ପାଈଁ ଭୂମିପୂଜା ଓ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି। ମେଳାରେ ୧୫୦ ରୁ ଉର୍ଦ୍ଧ ବିଭିନ୍ନ ପ୍ରକାରର ବାଣିଜ୍ୟିକ ଷ୍ଟଲ, ଖାଇବା ଷ୍ଟଲ୍ ସମେତ ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ଗୀତ ନାଚ ଓ କୌତୁକ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହେବ। କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ୨୦୨୫ ଉପାଧ୍ୟକ୍ଷ ଓ ଉତ୍ସବ ପାଳନ କମିଟିର ଅଧ୍ୟକ୍ଷ ରାଧାମୋହନ ମହାପାତ୍ର , ଅଧକ୍ଷ ସୁନୀଲ ପଟ୍ଟନାୟକ , ଉପାଧ୍ୟକ୍ଷ ସୁଜିତ୍ ବେହେରା, ସମ୍ପାଦକ କାହ୍ନୁ ଚରଣ ଶତପଥୀ, କୋଷାଧ୍ୟକ୍ଷ ପ୍ରସନ୍ନ ସ୍ୱାଇଁ, ସଦସ୍ୟା ରୁପମ୍ବିକା ତ୍ରୀପାଠୀ, ମୁସ୍କାନ ସୁଆର, ନିହାରିକା ମହାନ୍ତି, ଦିଲ୍ଲୀପ ମହାପାତ୍ର , ବଣିକ ସଂଘ ସଭାପତି ଅଶୋକ ପଟ୍ଟନାୟକ,ସାମ୍ବାଦିକ ଆଦିତ୍ୟ ତ୍ରୀପାଠୀ, ଅଜିତ ମହାରଣା, ଗୋପାଳ କୃଷ୍ଣ ପଟନାୟକ, ଅଜିତ ମହାରଣା, ବୈଦ୍ୟନାଥ ନାୟକ,ବ୍ରଜ ନନ୍ଦ ଓ ବହୁତ ସହଯୋଗୀ ଉପସ୍ଥିତ ଥିଲେ।
ବାସ୍ତବରେ ଏମାନେ ବୈଶାଖୀ ମହୋତ୍ସବ ଅପେକ୍ଷା କାଳବୈଶାଖୀର ତାଣ୍ଡବରେ ପୀଡିତ ବ୍ୟକ୍ତିବିଶେଷ ମାନଙ୍କୁ ସହାୟତା ଯୋଗାଇବା ପାଇଁ ତତ୍ପର ହେବା ଉଚିତ୍। ସାମ୍ବାଦିକମାନେ ନିଜେ ନ୍ୟୁଜ ନହୋଇ ନ୍ୟୁଜ କରିବାର ଆବଶ୍ୟକତା ରହିଛି। ଯାହାଦ୍ୱାରା ସାମ୍ବାଦିକତାର ମାନ ବଢିବ।
କନ୍ଧମାଳ ଜିଲ୍ଲାରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ରାଧାମୋହନ ମହାପାତ୍ର ଏବଂ କଳାହାଣ୍ଡି ଜିଲ୍ଲାରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ସୁଶାନ୍ତ ମାଝୀଙ୍କ ରିପୋର୍ଟ।