କଣ୍ଟାମାଳ ବ୍ଲକ ପାଖ ବନ୍ଧପାଲି ନୂଆପଡା ଗାଁ ଅନ୍ଧାରରେ l ବିଦ୍ୟୁତ ସେବା ଓ ଜଳ ଯୋଗାଣ ରୁ ବଞ୍ଚିତ l ଗାଁ କୁ ଡିବିରୀ ଆଲୁଅ ଭରସା l
ଗ୍ରାମାଞ୍ଚଳରେ କେହି ମୌଳିକ ସୁବିଧାରୁ ବଞ୍ଚିତ ନ ହେବା ଲକ୍ଷ୍ୟରେ ସରକାର କୋଟି କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରୁଛନ୍ତି l

ଏହି ଯୋଜନାର ସୁଫଳ କିପରି ଲୋକମାନଙ୍କ ନିକଟରେ ପହଞ୍ଚିବ ସେନେଇ ବିଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ ସରକାର କରାଯାଉଥିବା ବେଳେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ନିକଟରେ ବାସ କରୁଥିବା ପ୍ରାୟ ପଚିଶ ରୁ ଉର୍ଦ୍ଧ ପରିବାର ବିଦ୍ୟୁତ ସେବାରୁ ବଞ୍ଚିତ ଥିବା ଉକ୍ତ ବନ୍ଧପାଲି ନୂଆପଡା ଗ୍ରାମ ବାସୀ ଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି l

ସମସ୍ତଙ୍କୁ ବିଦ୍ୟୁତ ସେବା ଯୋଗାଇ ଦେବା ଲକ୍ଷ୍ୟରେ ସରକାର ବିଭିନ୍ନ ଯୋଜନା କରି ତାହାର ଭିର୍ତ୍ତିଭୂମି ପ୍ରସ୍ତୁତି ନିମନ୍ତେ ରାଜକୋଷରୁ ବିପୁଳ ଟଙ୍କା ଯୋଗାଇ ଦେଉଛନ୍ତି l କିନ୍ତୁ ବିଭାଗୀୟ ଅବହେଳା ଯୋଗୁଁ କଣ୍ଟାମାଳ ବ୍ଲକ ନାକ ତଳେ ମାତ୍ର ଶହେ ରୁ ଦୁଇଶହ ମିଟର ଦୂରରେ ଥିବା ବନ୍ଧପାଲି ନୂଆପଡ଼ାରେ ଲାଇନ ନଥିବାରୁ ଅନ୍ଧାରରେ ରହିଛନ୍ତି ୨୫ରୁ ଊର୍ଧ୍ୱ ପରିବାର l

ଏହି ପଡ଼ାକୁ ବିଦ୍ୟୁତ ସଂଯୋଗ ହୋଇନାହିଁ l ଯାହା ଫଳରେ ଅନ୍ଧାରରେ ରହୁଛନ୍ତି ଗ୍ରାମବାସୀ l ଡିବିରୀ ଆଲୁଅ ହିଁ ଭରସା l
ତୁରନ୍ତ ଜ଼ିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ପକ୍ଷରୁ ଦାବି ହେଉଛି l
ବୌଦ୍ଧ ଜ଼ିଲ୍ଲା ପ୍ରତିନିଧି ବାସୁଦେବ ଷାଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମ୍ସ।
