ଆମେ ମାନେପୁରାଣରୁ ପଢ଼ିଛେ ସିନେମାରେ ମଧ୍ୟ ଦେଖିଛେ ଯେନ୍ୟୁନ ମଦ ଆନନ୍ଦ ଦେଇଥାଏ। କିନ୍ତୁ ଭେଜାଲ ମଦ ଦୁଃଖ ପହଞ୍ଚାଏ ଏବଂ ଜୀବନ ନେଇ ଥାଏ। ସରକାରଙ୍କ ର ଅବକାରୀ ବିଭାଗ ଭେଜାଲ ମଦକୁ ରୋକି ଥାଏ।
ଭାରତୀୟ ଜୀବନ ବୀମା ନିଗମ କାର୍ଯ୍ୟାଳୟ ସମ୍ମୁଖରେ ୩କୋଟି ୬୫ଲକ୍ଷ ବ୍ୟୟରେ ୩ମହଲା ବିଶିଷ୍ଟ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ କଲ୍ୟାଣ ନିଗମ ଲିଃ ଦ୍ଵାରା ନବନିର୍ମିତ ଖୋର୍ଦ୍ଧା ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ନିର୍ମାଣ କରାଯାଇଛି। ଏହାକୁ ଓଡ଼ିଶାର ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ଫିତାକାଟି ଶ୍ରୀ ଜଗନ୍ନାଥ,ଶ୍ରୀ ବଳଭଦ୍ର ଓ ମା ସୁଭଦ୍ରାଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟିତ କରିଛନ୍ତି।ଜିଲ୍ଲା ବାସୀଙ୍କ ସେବା ଉଦ୍ୟଶରେ ଉତ୍ସର୍ଗ କରିବା ସହ ଅବକାରୀ ନିୟମ ଓ ଅଧିନିୟମ ପ୍ରଣୟନ ଦ୍ଵାରା ଚୋରା ମଦ କାରବାର ବିକ୍ରି ବନ୍ଦ କରିବା, ଚୋରା ବେପାରୀଙ୍କୁ ପ୍ରତିହତ କରିବା ଓ ନିଶାର କୁପ୍ରଭାବ ସହ ନିଶା କ୍ରିତଦାସରୁ ସମାଜକୁ ବଞ୍ଚାଇ ଏକ ନିଶାମୁକ୍ତ ସଶକ୍ତ ସମାଜ ଗଠନରେ କାର୍ଯ୍ୟାଳୟ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ଉତ୍ଥାପନ କରିଥଲେ l
ଅହୁରି ମଧ୍ୟ ମନ୍ତ୍ରୀ କହିଲେ ଯେ ଅବକାରୀ କର୍ମଚାରୀ ମାନଙ୍କୁ ଆର୍ମ -3 ଅସ୍ତ୍ର ଦିଆଯାଇ ଚୋରା ବେପାରୀଙ୍କୁ ଦୃଢ଼ ମୁକାବିଲା କରି ସାରା ରାଜ୍ୟକୁ ସଶକ୍ତ କରାଯିବ l
ସମ୍ମାନିତ ଅତିଥି ରୂପେ ବିଧାୟକ, ଖୋର୍ଦ୍ଧା ପ୍ରଶାନ୍ତ କୁମାର ଜଗଦେବ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରୁପଶ୍ର ରାଣୀ ଗୁମାନ ସିଂହ, ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କନକ ଲକ୍ଷ୍ମୀ ମହାନ୍ତି, ମାନ୍ୟବର ସାଂସଦଙ୍କ ପ୍ରତିନିଧି,ରାଜ୍ୟ ଅବକାରୀ ବିଭାଗ ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର,, ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଳ ରାଣା, ଭାରପ୍ରାପ୍ତ ଅବକାରୀ ଆୟୁକ୍ତ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ, ଅଧିକ୍ଷିକା , ଅବକାରୀ, ଖୋର୍ଦ୍ଧା, ଶ୍ରୀମତୀ ସୁମତି ତ୍ରିପାଠୀ, ଭୁବନେଶ୍ୱର ଅଧିକ୍ଷକ, ଅବକାରୀ,ଶ୍ରୀ ଦେବାଶିଷ ପଟେଲ, ଅଧିକ୍ଷକ, ଅବକାରୀ, କଟକ,ଶ୍ରୀ କରୁଣା ଶଙ୍କର ତିୱାରୀ, ଯୁଗ୍ମ ଆୟୁକ୍ତ, ଅବକାରୀ ଶ୍ରୀ ରାଜେନ୍ଦ୍ର ଭୋତ୍ରା,ଶ୍ରୀ ଅଶୋକ କୁମାର ଗଡତିଆ,ଶ୍ରୀ ଡମ୍ବରୁଧର ଖଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମ୍ରିତ ପାଲ ସିଂହ, ଉପଜିଲ୍ଲାପାଳ ଶ୍ରୀ କିଶୋର କୁମାର ପଣ୍ଡା,ଡେପୁଟି କଲେକ୍ଟର ଶ୍ରୀ ଦେବବ୍ରତ କର, ଶ୍ରୀତପା ମିଶ୍ର,ଅନନ୍ୟା ସୃଷ୍ଟି ଶତପଥୀ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଙ୍କ ସମେତ ସଂପୃକ୍ତ ବିଭାଗୀୟ କର୍ମଚାରୀ, ଜନପ୍ରତିନିଧି ଏବଂ ଗଣ ମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ l
ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଓ ସମ୍ମାନିତ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l
ଖୋର୍ଦ୍ଧାରୁ ଫଟୋ ନ୍ୟୁଜ ଟାଇମ୍ସ ର ପ୍ରତିନିଧି ସୂର୍ଯ୍ୟ ନାରାୟଣ ମହାନ୍ତିଙ୍କ ରିପୋର୍ଟ