କଂଗ୍ରେସ ଭବନ ଆଗରେ ଗତ ୧୮ ତାରିଖ ରେ ଜିଲ୍ଲା କମିଟି ପକ୍ଷ ରୁ ସାଂସଦ ଙ୍କୁ ବିରୋଧ କରି ବିକ୍ଷୋଭ କରାଯାଇଥିଲା

“ୱାକଫ ବିଲ”କୁ କୋରାପୁଟ ସାଂସଦ ଳୋକସଭା ର ସମର୍ଥନ ଦେଇ ନଥିବା ରୁ ଜିଲ୍ଲା କଂଗ୍ରେସ ଭବନ ଆଗରେ ଗତ ୧୮ ତାରିଖ ରେ ଜିଲ୍ଲା କମିଟି ପକ୍ଷ ରୁ ସାଂସଦ ଙ୍କୁ ବିରୋଧ କରି ବିକ୍ଷୋଭ କରାଯାଇଥିଲା l ସାଂସଦଙ୍କ କୁଶ ପୁତଳିକା ଦାହ କରାଯାଇଥିଲା l ଏହି ସମୟ ରେ ବିଜେପି ର ନେତା କର୍ମୀ ମାନେ ମୁଖ୍ୟ ଫାଟକ ଛୁଇଁ ଥିବାରୁ କଂଗ୍ରେସ ଭବନ ଅସୁଧି ହୋଇଯାଇଥିଲା ବୋଲି କଂଗ୍ରେସ କର୍ମୀ ମାନେ ଦାବି କରୁଛନ୍ତି l ସେଥିପାଇଁ କଂଗ୍ରେସ ପକ୍ଷ ରୁ ଏହା ର ଶୁଦ୍ଧି କାର୍ଯ୍ୟ କର୍ମ କରାଯାଇଥିଲା l ପୂର୍ବତନ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ପୁରହିତ ଭାବରେ ପୂଜା କରି ଗଙ୍ଗା ଜଳ ଛିଞ୍ଚି କଂଗ୍ରେସ ଭବନକୁ ଶୁଦ୍ଧି କରିଥିବାର ରିପୋର୍ଟ୍ ଆମ ଭିଡିଓ ସାମ୍ବାଦିକଙ୍କ ଚିତ୍ର ଉତ୍ତୋଳନ କରିଛନ୍ତି। ଏହି ଶୁଦ୍ଧି କାର୍ଯ୍ୟ କର୍ମରେ ବିଷମ କଟକ ବିଧାୟକ ନୀଳ ମାଧବ ହିକକା ରାୟଗଡା ବିଧାୟକ ଅପଲୁ ସ୍ୱାମି କାଡରକା ଜିଲ୍ଲା କଂଗ୍ରେସ କମିଟି ର କର୍ମୀ ଓ ସମର୍ଥକ ଗିନି ଘଣ୍ଟ ବଜାଇ ଗଙ୍ଗା ଜଳ ଛିଞ୍ଚି ଶୁଦ୍ଧି କାର୍ଯ୍ୟ କରିଥିଲେ l ଜିଲ୍ଲା ରେ ବିଜେପି ର କୌଣସି ବିଧାୟକ ଓ ସାଂସଦ ନ ଥିବା ବେଳେ ଜିଲ୍ଲା ରେ ଡ଼ିୟା କର୍ମୀ ଙ୍କୁ ନେଇ ଗଠନ ହେଇଥିବା ବିଜେପି ଦଳ ଆସି ଛୁଇଁ ଥିବା ରୁ କଂଗ୍ରେସ ଭବନ ଅସୁଧି ହେଇଯାଇଛି ବୋଲି ବିଧାୟକ ଆପଲ ସ୍ୱାମୀ କାଡରକା କହିଛନ୍ତି l ଏହି କାର୍ଯ୍ୟକର୍ମ ରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶଙ୍କର କର, ଭୂଷଣ ବିଡ଼ିକା, ଅଶୋକ ପୁଆଲା, ସତ୍ୟ ମଣ୍ଡାଙ୍ଗୀଙ୍କ ସହିତ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ l
ରାୟଗଡାରୁ ଫଟୋ ନ୍ୟୁଜ ଟାଇମସ୍ ର ଜିଲ୍ଲା ସାମ୍ବାଦିକ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *