ବଲାଙ୍ଗୀର ଜିଲ୍ଲାରେ ଶିକ୍ଷା ର ଆଶୀର୍ବାଦ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଏପ୍ରିଲ ୧୯ ତାରିଖ ଶନିବାର ଦିନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ବ୍ଲକ ରେ କେନ୍ଦ୍ରୀୟ ବିଦ୍ୟାଳୟ ର ଉଦଘାଟନ ଏବଂ ଭୂମି ପୂଜନ କରିଥିଲେ। ଏହି କାର୍ଯକ୍ରମ ପାଇଁ ଟିଟିଲାଗଡ ଅଞ୍ଚଳ ର ଜନ ସାଧରଣ ମାନେ ପାରମ୍ପରିକ ନୃତ୍ୟ, ଗୀତ ଓ ବାଦ୍ୟରେ ଶ୍ରୀଯୁକ୍ତ ପ୍ରଧାନ ଓ ତାଙ୍କ ଦଳ କୁ ସ୍ଵାଗତ କରିଥିଲେ। ସୂଚନା ଥାଉକି ମୋଟ ୮ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ର ସ୍ଥାପନା ପାଇଁ ମଞ୍ଜୁରୀ ରହିଥିବାବେଳେ କେବଳ ବଲାଙ୍ଗୀର ଜିଲ୍ଲାରେ ୨ଟି କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ହୋଇଅଛି।
୧୦୦କୋଟି ଟଙ୍କା ବ୍ୟୟ କରି ଶିକ୍ଷା ର ମାନ ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେଥିପାଇଁ ବଲାଙ୍ଗୀର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି।
ଏହି କାର୍ଯ୍ୟକ୍ରମ ରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଲୋକସଭା ସାଂସଦ ସଙ୍ଗୀତା ସିଂହଦେଓ, ଟିଟିଲାଗଡ ବିଧାୟକ ନବୀନ କୁମାର ଜୈନ, ସ୍ୱାସ୍ଥ୍ୟମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଏ. ଡି. ଆର. ଏମ ଆନନ୍ଦ ସିଂ, କମିଶନର ସୋମିତ ଶ୍ରୀବାସ୍ତବ, ଉପ ଜିଲ୍ଲାପାଳ ରେହାନ କ୍ଷେତ୍ରି, ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାମତାଦେବି ଜୈନ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ନାୟକ,ରଞ୍ଜୁ ରାଏମନ, ନରସିଂହ ସିଂ ଙ୍କ ଉପସ୍ଥିତିରେ ଉଦଘାଟନ ଏବଂ ଭୂମିପୂଜନ କରାଯାଇଥିଲା।
ଟିଟିଲାଗଡରୁ ଫଟୋ ନ୍ୟୁଜ ଟାଇମ୍ସର ସାମ୍ବାଦିକ ଗିରିଧାରୀ ମହାନନ୍ଦ ଙ୍କ ରିପୋର୍ଟ।