ଗ୍ରାମବାସୀ ପାଣିମୁନ୍ଦାଏ ପିଇବା ପାଇଁ ଡହଳବିକଳ ହେଉଥିବାର ବିକଳ ଦୃଶ୍ୟ ଦେଖିବାକୁ ମିଳିଛି

ପାଣି ମୁନ୍ଦାଏ ପାଇଁ ଡହଳବିକଳ ବିଶିପ୍ରାସ୍କା ଗ୍ରାମବାସୀ। ରାୟଗଡ଼ାଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସେରିଗୁମା ପଞ୍ଚାୟତର ବିଶିପ୍ରାସ୍କା ଗ୍ରାମବାସୀ ପାଣିମୁନ୍ଦାଏ ପିଇବା ପାଇଁ ଡହଳବିକଳ ହେଉଥିବାର ବିକଳ ଦୃଶ୍ୟ ଦେଖିବାକୁ ମିଳିଛି।ଗାଁର ପାନୀୟ ଜଳ ସମସ୍ୟା କହିଲେ ନସରେ। ଗୋଟିଏ କିଲୋମିଟର ଦୂରରେ ଥିବା ସୂନଯୋର୍ ତୋଟା ନାଳ ପାଖକୁ ଯାଇ ସେଠାରେ ଚୁଆ ଖୋଳି ପାଣି ସଂଗ୍ରହ କରି ମୁଣ୍ଡରେ ଓ କାଖରେ ପାଣି ହାଣ୍ଡି ନେଇ ରୋଷେଇବାସ,ଗାଧୁଆ, ଲୁଗାଧୁଆ ପର୍ଯ୍ୟନ୍ତ ସବୁକାମ ଏହି ନାଳ ପାଣିରେ କରୁଛନ୍ତି।ଦୂଷିତ ପାନୀୟ ଜଳ ବ୍ୟବହାର କରିବା ଦ୍ୱାରା କାଛୁ, କୁଣ୍ଡିଆ,ମ୍ୟାଲେରିଆ ଏବଂ ଅନେକ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବା ଗ୍ରାମ ବାସୀମାନେ ଅଭିଯୋଗ କରିଛନ୍ତି।


ଉକ୍ତ ଗ୍ରାମରେ ୨୦ରୁ ଉର୍ଦ୍ଧ ପରିବାର ରହୁଥିବା ବେଳେ ଲୋକ ସଂଖ୍ୟା ପ୍ରାୟ ୧୦୦ ରୁ ଉର୍ଦ୍ଧ। ଗାଁରେ ଗୋଟିଏ ନଳ କୂପ ମଧ୍ୟ ରହିଛି। କିନ୍ତୁ ପାଣି ବ୍ୟବହାର ଯୋଗ୍ୟ ନୁହେଁ ପିଇବା ଦୂରର କଥା।କାରଣ ପାଣିରେ ଲୁହା ପଥର ଗୁଣ୍ଡ ସହ ନାଲି ରଙ୍ଗ ପରି ଦିଶୁଥିବା ପାଣି ବାହାରୁଥିବାରୁ ପିଇବା ମୁସ୍କିଲ ହୋଇ ପଡ଼ୁଛି।ସରକାରଙ୍କ ଯୋଜନାପରେ ଯୋଜନା ରହିଛି କିନ୍ତୁ ଆଜି ପର୍ଯ୍ୟନ୍ତ ବିଶି ପ୍ରାସ୍କା ଗାଁର ପାନୀୟ ଜଳ ସମସ୍ୟା

ଦୂର ହୋଇପାରୁନି।ଗାଁ ଲୋକମାନେ ପଂଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭକରି ବ୍ଲକ ପ୍ରଶାସନ,ନେତା ଓ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ବାରମ୍ଵାର ଅଭିଯୋଗ କରିବା ପରେ ମଧ୍ୟ କାମ ହୋଇପାରୁନି।କେବେ ଏହି ଗାଁର ପାନୀୟଜଳ ସମସ୍ୟା ଦୂର ହୋଇ ପାରିବ ବୋଲି,ଗ୍ରାମର ଫୁଲ କାଡ୍ରାକା,ଜୟନ୍ତୀ କାଡ୍ରାକା,ଲକ୍ଷ୍ମୀ ମିଣିଆକା,କମଳା ହୋବିକା,ବିଭିନା କାଡ୍ରାକା,ଦାନା ମିଣିଆକା,ଚାଚେରୀ ପବିକା,ଭୀମ କାଡ୍ରାକା, ସିନ୍ଦୁରୂ କାଡ୍ରାକା ଅଭିଯୋଗ କରିଛନ୍ତି।

ଗୁଣପୁରରୁ ଫଟୋ ନ୍ୟୁଜ ଟାଇମ୍ସର ସବ -ଡିଭିଜନ ସାମ୍ବାଦିକ ହୃଷିକେଶ ପାତ୍ର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *