ଅକ୍ଷିମୁଠି ଅନୁକୁଳ କଲେ ରାଜ୍ୟ ସଭାପତି।

ମୁଁ ବର୍ଷା ସ୍ୱାଗତ କରୁଛି ଫଟୋ ନିୟୁଜ, “ନିୟୁଜ ରୁମ ” କୁ।ବରଗଡ ଜିଲ୍ଲା ଅତାବିରାର ଚକୁଳି ଫାର୍ମରେ ଅକ୍ଷିମୁଠି ଅନୁକୁଳ କଲେ ରାଜ୍ୟ ସଭାପତି।
କୃଷି ଜିଡିପିରେ ଓଡ଼ିଶା ଶିଖରରେ ପହଂଚିବ ବୋଲି ମନମୋହନ ସାମଲ ମତ ବ୍ୟକ୍ତ କଲେ ।
ରାଜ୍ୟରେ ଶତ ପ୍ରତିଶତ ଜଳସେଚନ ବ୍ୟବସ୍ଥା କରିବା ପାଇଁ ଡବଲ ଇଞ୍ଜିନ ସରକାର କାର୍ଯ୍ୟ କରୁଛି।
କୃଷି ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କଲେ ରାଜ୍ୟ ସଭାପତି।
୧୭ ସରପଂଚ, ଅତାବିରା ଏନ୍‌ଏସି କାଉନ୍‌ସିଲର ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଲେ।
 ପବିତ୍ର ଅକ୍ଷୀତୃତୀୟା ଚାଷୀମାନଙ୍କ ପାଇଁ ପ୍ରେରଣା, ଅନୁକୂଳ, ସଂକଳ୍ପ, ଉତ୍ସାହ ଏବଂ ଉଦ୍ଦୀପନାର ଦିନ। ଓଡ଼ିଶାର ଚାଷୀ ଏବେ ଭାରତବର୍ଷରେ ସୁନାମ ଅର୍ଜନ କରୁଛନ୍ତି। ଚାଷୀମାନଙ୍କ ଅଖଣ୍ଡ ପରିଶ୍ରମ କରିବା କାରଣରୁ କୃଷିଜାତ ଉତ୍ପାଦର କ୍ଷମତା ଆଜି ୨ ଗୁଣା ବୃଦ୍ଧି ପାଇଛି।
ଚାଷୀଙ୍କ ଉନ୍ନତି ପାଇଁ ବିଜେପି  ସରକାର ସଂକଳ୍ପବଦ୍ଧ। ଆଗାମୀ ଦିନରେ କୃଷି ଜିଡିପିରେ ଓଡ଼ିଶା ଶିଖରରେ ପହଂଚିବ ବୋଲି ବରଗଡ଼ ଜିଲ୍ଲାର ଅତାବିରା ଚକୁଳି ଫାର୍ମରେ ଅକ୍ଷିମୁଠି ଅନୁକୁଳ କରି ମାନ୍ୟବର ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ କହିଛନ୍ତି।
  କାର୍ଯ୍ୟକ୍ରମରେ ମାନ୍ୟବର ବରଗଡ଼ ସାଂସଦ ପଦୀପ ପୁରୋହିତ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ବିଜେପୁର ବିଧାୟକ ସନତ ଗଡର୍ତିଆ, ପୂର୍ବତନ ସାଂସଦ ପ୍ରଭାସ ସିଂ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ କାର୍ଯକାରିଣୀ ସଦସ୍ୟ ଏମ୍ ମୁରଲିକ୍ରିଷ୍ଣା, ସୁରେଶ୍ୱର ଶତପଥୀ, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ, ବରଗଡ ଜିଲ୍ଲା ସଭାପତି ଡ. ଅରୁପାନନ୍ଦ ସାହୁ, ବରଗଡ଼ ଜିଲ୍ଲା ପ୍ରଭାରୀ ବାସୁଦେବ ବାରିକ, ସୌରି ବାରିକ, ମିଲନ ସେଠ ପ୍ରମୁଖ ଉପସ୍ଥିତ ଥିଲ।
ଭୁବନେଶ୍ୱର ରୁ ଦୁର୍ଗା ମହଲା ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *