ଦୁଇଦିନିଆ ଗଞ୍ଜାମ ଜିଲ୍ଲାରେ ଗସ୍ତରେ ଆସି ପ୍ରଥମ ଦିବସରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗଞ୍ଜାମ ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷ ଠାରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗ ଅନ୍ତର୍ଗତ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

*ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶୁକ୍ରବାର ଗଞ୍ଜାମ ଜିଲ୍ଲାଗସ୍ତରେ ଆସି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ସୁଭଦ୍ରା ଯୋଜନା ର ସଫଳତା ଏବଂ ଆଲୋଚନା ଆଳାପ କରି ଲକ୍ଷପତି ଦିଦି ଙ୍କୁ ସାଧୁବାଦ ଜଣାଇ ଉତ୍ସାହିତ କରିଥିଲେ ।

ଏହି ସମୀକ୍ଷା ବୈଠକରେ ଆସ୍କା ସାଂସଦ ଅନୀତା ଶୁଭଦର୍ଶିନୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଲବନ୍ତ ସିଂ, ଗଞ୍ଜାମ ଜିଲ୍ଲାପାଳ ୱି.କୀର୍ତ୍ତି ଭାସନ ସମସ୍ତ ଅତିରିକ୍ତ ଜ଼ିଲ୍ଲାପାଳ, ଉପଜିଲ୍ଲାପାଳ, ଜନପ୍ରତିନିଧି, ଜିଲ୍ଲାସ୍ତରୀୟ ଓ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।।

ବ୍ରହ୍ମପୁର ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ ଫୋଟୋ ନ୍ୟୁଜ୍ ଟାଇମ୍ସ।
