ଓଡ଼ିଶା ମଟର ଚାଳକ ସଂଘ ପକ୍ଷରୁ ୧୫୦୦୦ ଟଙ୍କା ,୨୦୦୦୦ ଟଙ୍କା ଓ ୫୦୦୦ ଟଙ୍କା ର ସହାୟତା ରାଶି ପ୍ରଦାନ

ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ରାଣିବନ୍ଧ ବୀର ବିର୍ସା ମୁଣ୍ଡା ଖେଳ ପଡ଼ିଆ ନିକଟସ୍ଥ ନୀୟୁ କଲୋନୀ ଠାରେ ଓଡିଶା ମଟର ଚାଳକ ସଂଘ ପକ୍ଷରୁ ପ୍ରଥମ ଡ୍ରାଇଭର ଚାଳକ ଙ୍କ ବିଭିନ୍ନ ସମସ୍ୟା କୁ ନେଇ ସାଧାରଣ ସଭା ଅନୁଷ୍ଠିତ ହେଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ରାଜଗାଙ୍ଗପୁର ଟ୍ରକ ମାଲିକ ସଂଘ ସଭାପତି ଜଗନ୍ନାଥ ଯାଦବ,ସମ୍ପାଦକ ରାକେଶ ନନ୍ଦା, କୋଷାଧ୍ୟକ୍ଷ ରଣବୀର ସିଂ, କାର୍ଯକାରୀ ସଭାପତି କୁଲଦୀପ ସିଂହ ଓ ବହୁ ସଦସ୍ୟ ଙ୍କ ଉପସ୍ଥିତି ରେ ଜାତୀୟ ପତାକା ଉତୋଳନ କରାଯାଇ ଟ୍ରକ ଡ଼୍ରାଇଭର ଙ୍କ ବିଭିନ୍ନ ସମସ୍ୟା, ଦାବି ସମ୍ବନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।

ଯଥାଶୀଘ୍ର ପଦକ୍ଷେପ ନେବାକୁ ରାଜ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ଦାବୀ କରାଯିବ ବୋଲିି ସୁଚନା ଦେଇଥିଲେ। ଟ୍ରକ ମାଲିକ ସଂଘ ଓ ଟ୍ରକ ଚାଳକ ଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କଲେ ଉଭୟ ଙ୍କ କାରବାର ଠିକରେ ଚାଲିବ ବୋଲି ସମସ୍ତେ ଏକମତ ହୋଇ ଆଗକୁ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଥିଲା। ଉକ୍ତ ସଭାରେ ମୃତ ଟ୍ରକଡ଼୍ରାଇଭରଙ୍କ ପରିବାରର ଲୋକମାନଙ୍କ ଉପସ୍ଥିତି ରେ ଓଡ଼ିଶା ମଟର ଚାଳକ ସଂଘ ପକ୍ଷରୁ ୧୫୦୦୦ ଟଙ୍କା, ରାଜ୍ୟ କଲ୍ୟାଣ ପାଣ୍ଠି ରୁ ୨୦୦୦୦ ଟଙ୍କା ଏବଂ ରାଜଗାଙ୍ଗପୁର ଟ୍ରକ ମାଲିକ ସଂଘ ପକ୍ଷରୁ ୫୦୦୦ ଟଙ୍କା ର ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଏହି ଅବସରରେ ରାଜଗାଙ୍ଗପୁର ଓଡ଼ିଶା ମଟର ଚାଳକ ସଂଘ ସଭାପତି ମିଶ୍ର ଲାକ୍ରା,ସମ୍ପାଦକ ଶଙ୍କର ମାଝୀ ଏବଂ କୋଷାଧ୍ୟକ୍ଷ କର୍ମା ଲାକ୍ରା ଙ୍କ ସହ ପ୍ରାୟ ପଚିଶ ରୁ ଉର୍ଦ୍ଧ୍ବ ଟ୍ରକ ଚାଳକ ଉପସ୍ଥିତ ଥିଲେ।
ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *