ଜାତୀୟ ପଞ୍ଚାୟତରାଜ ଦିବସ–୨୦୨୬ ରେ ଜିଲ୍ଲାସ୍ତରୀୟ ଉତ୍ସବ ପାଳିତ।

କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟସ୍ଥିତ ଇଣ୍ଡୋର ଷ୍ଟାଡିୟମ ଠାରେ ଜାତୀୟ ପଞ୍ଚାୟତରାଜ ଦିବସ–୨୦୨୬ ଅବସରରେ ଜିଲ୍ଲାସ୍ତରୀୟ ଉତ୍ସବ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ପଞ୍ଚାୟତରାଜ ଏବଂ ପାନୀୟଜଳ ବିଭାଗର ମିଳିତ ଆୟୋଜନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର୍. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।


ସେ ତାଙ୍କ ଅଭିଭାଷଣରେ ପଞ୍ଚାୟତରାଜ ବ୍ୟବସ୍ଥା ଦ୍ୱାରା ଗ୍ରାମୀଣ ଅଞ୍ଚଳର ବିକାଶ ସହିତ କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ ମାନଙ୍କରେ ହୋଇଥିବା ଉଲ୍ଲେଖନୀୟ ଉନ୍ନତି ବିଷୟରେ ମତ ପ୍ରକାଶ କରିଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଜାତୀୟ ପଞ୍ଚାୟତରାଜ ଦିବସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।


ଏହି ଅବସରରେ ଜିଲ୍ଲାପାଳ ୯ ଜଣ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ସେହିପରି, ୫ ଜଣ ହିତାଧିକାରୀଙ୍କୁ ମୋଟ ୭୦,୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା ଓ ୬ ଜଣଙ୍କୁ ମଧୁବାବୁ ପେନସନ ଯୋଜନା ଅଧୀନରେ ଭତ୍ତା ପ୍ରଦାନ କରାଯାଇଥିଲା।


କାର୍ଯ୍ୟକ୍ରମରେ ବିଡିଓ କେନ୍ଦ୍ରାପଡ଼ା ଅଭିଷେକ ସ୍ୱାଇଁ, ଏବିଡିଓ ଅନିରୁଦ୍ଧ ବେହେରା, ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ଜନପ୍ରତିନିଧି, ଅନ୍ତ୍ୟୋଦୟ ଯୋଜନାର ହିତାଧିକାରୀ, ବିଭିନ୍ନ ପଞ୍ଚାୟତର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।


ଏହା ସହିତ, ଜିଲ୍ଲାର ଅନ୍ୟ ୮ଟି ବ୍ଲକରେ ମଧ୍ୟ ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଥିଲା। ବଲାଙ୍ଗୀରରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିବା ବେଳେ ଜିଲ୍ଲାର ସମସ୍ତ ଅତିଥିମାନେ ଆଭାସୀ ମାଧ୍ୟମରେ ଏହା ସହିତ ଯୋଡି ହୋଇଥିଲେ।
କେନ୍ଦ୍ରାପଡ଼ା ରୁ ଲକ୍ଷ୍ମୀକାନ୍ତ ନାୟକ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *