ମୁଁ ବର୍ଷା ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି।ଜିଲ୍ଲାପାଳ ବୌଦ୍ଧଙ୍କ ଖୋର୍ଦ୍ଧା ବଲାଙ୍ଗୀର ରେଳ ରାସ୍ତାର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ଓ ପ୍ରଗତିର ସମୀକ୍ଷା କରିଛନ୍ତି l
ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଆଜି ଖୋର୍ଦ୍ଧା ବଲାଙ୍ଗୀର ରେଳ ରାସ୍ତାର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ଓ ପ୍ରଗତିର ସମୀକ୍ଷା ସହିତ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ସମୀକ୍ଷା ପାଇଁ ଗସ୍ତ କରିଥିଲେ l ସକାଳ ପ୍ରାୟ ୯.୩୦ ଘଟିକାରେ ଜିଲ୍ଲାପାଳ ତିରିଶ ମାଇଲ୍ ଗ୍ରାମକୁ ପହଞ୍ଚି ପ୍ରସ୍ତାବିତ ଚାରିଛକ ରେଳ ଷ୍ଟେସନ୍ ନିର୍ମାଣ ସ୍ଥଳ ପରିଦର୍ଶନ କରିଥିଲେ l ସେଠାରେ ରେଳ ଷ୍ଟେସନ୍ ନିକଟରେ ଥିବା ଅତିକ୍ରମଣକୁ ତୁରନ୍ତ ହଟାଇବା ପାଇଁ ତହସିଲଦାର କର୍ଣ୍ଣ ସୁନାଙ୍କୁ ନିର୍ଦ୍ଦେଶ ଦେଇଥିଲେ l ପରେ ସେ ପୁରୁଣାକଟକ ରେଳ ଓଭରବ୍ରିଜ୍ କାର୍ଯ୍ୟସ୍ଥଳ ପରିଦର୍ଶନ କରିଥିଲେ l ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଅବଶିଷ୍ଟ କାର୍ଯ୍ୟ ୭ ଦିନ ମଧ୍ୟରେ ସମାପ୍ତ କରିବାକୁ ସମ୍ପୃକ୍ତ ରେଳ ବିଭାଗର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏହାପରେ ଜିଲ୍ଲାପାଳ ପାଣିଘରା ଅଞ୍ଚଳକୁ ଯାଇ ମଧ୍ୟାହ୍ନ ସମୟରେ ଇଣ୍ଟେକ୍ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ ଏବଂ କାର୍ଯ୍ୟକୁ ଗୁଣାତ୍ମକ ଓ ସମୟୋପଯୋଗୀ ଭାବେ ସମାପ୍ତ କରିବାକୁ ପରାମର୍ଶ ଦେଇଥିଲେ l ପରବର୍ତ୍ତୀ ସମୟରେ ସେ ବୁଲୁରା ସାହି, ଭେଜିଗୁରା ଏବଂ ମଲ୍ଲିକପଡା ଗ୍ରାମ ପରିଦର୍ଶନ କରିଥିଲେ l ସେଠାରେ ସରକାରୀ ଜମିରେ ହୋଇଥିବା ଅତିକ୍ରମଣ ସମ୍ବନ୍ଧରେ ସମୀକ୍ଷା କରି ତହସିଲଦାରଙ୍କୁ ଅତିକ୍ରମଣ ହଟାଇବା ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ l ଏହି ଗସ୍ତ ସମୟରେ ବୌଦ୍ଧ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ, ତହସିଲଦାର କର୍ଣ୍ଣ ସୁନା ଏବଂ ଅତିରିକ୍ତ ତହସିଲଦାର ଶୁଭଦର୍ଶନ ଧଳ ଓ ରେଳ ଅଧିକାରୀ ଉପସ୍ଥିତ ଥିଲେ l
ବୌଦ୍ଧ ଜ଼ିଲ୍ଲା ପ୍ରତିନିଧି ବାସୁଦେବ ଷାଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମ୍ସ।
