ପଞ୍ଚାୟତ ନିର୍ବାଚନରେ ବିଜୁ ସ୍ବାଭିମାନ ମଞ୍ଚର କର୍ମକର୍ତା ମାନେ ଲଢ଼ି‌ବେ ମଞ୍ଚର ଆବାହକ ଏନ ଭାସ୍କର ରାଓ ପ୍ରକାଶ କରିଛନ

ଆଗାମି ପଞ୍ଚାୟତ ନିର୍ବାଚନରେ ବିଜୁ ସ୍ବାଭିମାନ ମଞ୍ଚର କର୍ମକର୍ତା ମାନେ ଲଢ଼ି‌ବେ ବୋଲି ପୂର୍ବତନ ରାଜ୍ୟସଭା ସାଂସଦ ତଥା ମଞ୍ଚର ଆବାହକ ଏନ ଭାସ୍କର ରାଓ ପ୍ରକାଶ କରିଛନ୍ତି । ମଞ୍ଚକୁ ସମର୍ଥନ କରୁଥିବା ବ୍ୟକ୍ତିବିଶେଷ ମାନଙ୍କ ନିଷ୍ପତି ଆନୁଯାୟି କମିଟି ମାଧ୍ୟମରେ ସର୍ବସମ୍ମତିକ୍ରମେ ବ୍ୟକ୍ତିଙ୍କୁ ଚୟନ କରାଯିବ ଏବଂ ସେମାନେ ନିର୍ବାଚନ ଲଢ଼ିବେ ବୋଲି ଶ୍ରୀ ରାଓ ସ୍ପଷ୍ଟ କରିଛନ୍ତି । ଆଜି ବିଜୁ ସ୍ବାଭିମାନ ମଞ୍ଚର କାର୍ଯ୍ୟାଳୟରେ ରାୟଗଡା ବ୍ଲକର ନିର୍ବାଚିତ ପ୍ରତିନିଧି ଏବଂ ପୂର୍ବତନ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

ଶ୍ରୀ ରାଓ ବିଜୁ ଜନତା ଦଳ ଛାଡିଲା ପରେ କିଛି ଲୋକ ଅପପ୍ରଚାର ଚଳାଉଥିଲେ । ଏଥିପାଇଁ ସେ କଣ କରିବେ ତାକୁ ନେଇ ସମର୍ଥକ ମାନଙ୍କ ମଧ୍ୟରେ ବିଭିନ୍ନ ସଂଦେହ ଉପୁଜୁଥିଲା । ଆଜି ଭାସ୍କର ରାଓ ଭବିଷ୍ୟତର ରାଜନୈତିକ କାର୍ଯ୍ୟପନ୍ଥା ନେଇ ସୂଚନା ଦେଇ କହିଥିଲେ ମୋ ପାଖରେ ରହିବା ପାଇଁ ମୁଁ କାହାରିକୁ ଜବରଦସ୍ତି କରୁନାହିଁ ସେମାନେ ଯୁଆଡେ ଚାହିଁଲେ ଯାଇପାରିବେ କିନ୍ତୁ ମୋ ସହ ରହିବା ବ୍ୟକ୍ତିଙ୍କୁ ବିଜୁ ସ୍ବାଭିମାନ ମଞ୍ଚ ବ୍ୟାନରରେ ଆଗାମି ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେଇ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି । ପୂର୍ବରୁ ରାୟଗଡା ପୌରସଂସ୍ଥାର କାଉନସିଲର ମାନଙ୍କ ବୈଠକ ହୋଇଥିବା ବେଳେ ଆଜି ରାୟଗଡା ବ୍ଲକର ନିର୍ବାଚିତ ପ୍ରତିନିଧି ଏବଂ ପୂର୍ବତନ ପ୍ରତିନିଧି ଯୋଗଦେଇ ଭାସ୍କର ରାଓଙ୍କୁ ସମର୍ଥନ କରିବା ସହ ନିର୍ବାଚନରେ ଅବତୀର୍ଣ ହେବେ ବୋଲି ପ୍ରକାଶ କରିଥିଲେ ।  ସେହିପରି ବିଷମକଟକ କୁ ଏନ ଏ ସି ବୋଲି ଘୋଷଣା କରାଯାଇଛି ଏବଂ ବିଜୁ ସ୍ବାଭିମାନ ମଞ୍ଚର କର୍ମକର୍ତା ମାନେ ସେଠାକାର ସ୍ଥାନୀୟ ନେତା ମାନଙ୍କ ସହ ଆଲୋଚନା କରୁଛନ୍ତି ଆବଶ୍ୟକ ସ୍ଥଳେ ସେଠାରେ ମଧ୍ୟ ସର୍ବସମ୍ମତିକ୍ରମେ ପ୍ରାର୍ଥି ଦିଆହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
ରାୟଗଡା ରୁ ମନୋରଞ୍ଜନ ଶତପଥି ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *