ବୌଦ୍ଧରେ ଉଦଯାପିତ ହେଲା ସିଏମ୍ ଟ୍ରଫି ଜୋନ୍ ସ୍ତରୀୟ ଭଲିବଲ୍ ଚାମ୍ପିଅନସିପ୍–୨୦୨୬

ବୌଦ୍ଧରେ ଉଦଯାପିତ ହେଲା ସିଏମ୍ ଟ୍ରଫି ଜୋନ୍ ସ୍ତରୀୟ ଭଲିବଲ୍ ଚାମ୍ପିଅନସିପ୍–୨୦୨୬ ।
ବାଳକ ବିଭାଗରେ ଗଜପତି ଓ ବାଳିକା ବିଭାଗରେ କଳାହାଣ୍ଡି ଚାମ୍ପିଅନ l

ଓଡ଼ିଶାର ବୃହତ୍ କ୍ରୀଡ଼ା ଆୟୋଜନ “ସିଏମ୍ ଟ୍ରଫି–୨୦୨୬” ଅନ୍ତର୍ଗତ ଜୋନ୍ ସ୍ତରୀୟ ଭଲିବଲ୍ ଚାମ୍ପିଅନସିପ୍‌ର ଦ୍ୱିତୀୟ ସଂସ୍କରଣ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍‌ରେ ସଫଳତାର ସହ ସମାପ୍ତ ହୋଇଛି l

କ୍ରୀଡ଼ା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାର ଏବଂ ବୌଦ୍ଧ ଜିଲ୍ଲା ଆଥଲେଟିକ୍ସ ଆସୋସିଏସନ୍‌ର ମିଳିତ ଆନୁକୂଳ୍ୟରେ ଆୟୋଜିତ ଏହି ଦୁଇ ଦିନିଆ ପ୍ରତିଯୋଗିତାରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଏବଂ ଗଜପତି ଜିଲ୍ଲାରୁ ପ୍ରାୟ ୨୪୦ ଜଣ ବାଳକ ଓ ବାଳିକା ଖେଳାଳି ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍‌ଗୁଡ଼ିକ ଦର୍ଶକମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି କରିଥିଲା ।

ବାଳକ ବିଭାଗର ଫାଇନାଲ୍‌ରେ ଗଜପତି ଦଳ ଉତ୍କୃଷ୍ଟ ପ୍ରଦର୍ଶନ କରି ମାଲକାନଗିରି ଦଳକୁ କ୍ରମାଗତ ଦୁଇଟି ସେଟ୍‌ରେ ୨୫–୧୮ ଓ ୨୫–୧୭ ସ୍କୋରରେ ପରାସ୍ତ କରି ଚାମ୍ପିଅନ ହୋଇଥିଲା । ମାଲକାନଗିରି ଦଳ ରନର୍ସଅପ୍ ସ୍ଥାନ ଅଧିକାର କରିଥିଲା । ସେହିପରି ବାଳିକା ବିଭାଗର ଫାଇନାଲ୍ ମ୍ୟାଚ୍‌ରେ କଳାହାଣ୍ଡି ଦଳ ଚମତ୍କାର ଖେଳ ପ୍ରଦର୍ଶନ କରି ମାଲକାନଗିରି ଦଳକୁ ୨୫–୧୫ ଓ ୨୫–୦୩ ସ୍କୋରରେ ପରାଜିତ କରି ଚାମ୍ପିଅନ ମୁକୁଟ ହାସଲ କରିଥିଲେ।


ଆୟୋଜକମାନେ ସମସ୍ତ ବିଜେତା ଓ ଅଂଶଗ୍ରହଣକାରୀ ଦଳଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ରାଜ୍ୟରେ ଭଲିବଲ୍ କ୍ରୀଡ଼ାର ବିକାଶରେ ଏପରି ପ୍ରତିଯୋଗିତା ଅଧିକ ପ୍ରତିଭା ସୃଷ୍ଟି କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ।ଏହି ଦ୍ଵି ଦିବସୀୟ ମେଚ୍ ରେ କ୍ରିଡା ପ୍ରେମୀ ସହରବାସୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ l
ବୌଦ୍ଧ ଜ଼ିଲ୍ଲା ପ୍ରତିନିଧି ବାସୁଦେବ ଷାଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *