ମୁଁ ବର୍ଷା ଫଟୋ ନିୟୁଜ, “ନିୟୁଜ ରୁମ “କୁ ସ୍ୱାଗତ କରୁଛି।ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ରୀୟ ଗ୍ରାମିଣ ବିକାଶ ମନ୍ତ୍ରୀଙ୍କ ଦିନିକିଆ ରାୟଗଡା ଜିଲ୍ଲା ଗସ୍ତ।
ରାୟଗଡ଼ା ଜିଲ୍ଲା ରେ ଗସ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦମନ୍ତ୍ରୀ ଶ୍ରୀ ଚାୱହାନ ଗ୍ରାମ୍ୟ ସଡ଼କ ଯୋଜନା-୪ର ସ୍ବୀକୃତିପତ୍ର ହସ୍ତାନ୍ତର କାର୍ଯ୍ୟକ୍ରମ କରିଛନ୍ତି। ସମାରୋହ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ଓ ଜାମିନି ସଡ଼ଙ୍ଗି ଗ୍ରାମୀଣ ସଡକ ଯୋଜନା ର
କାର୍ଯ୍ୟକ୍ରମରେ ୮୨୭ଟି ନୂତନ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା-୪ର ସ୍ବୀକୃତିପତ୍ର ହସ୍ତାନ୍ତର କଲେ।ରାୟଗଡା ଜିଲ୍ଲାରେ ୨୭୪ଟି ରାସ୍ତା ନିର୍ମାଣ ହେବ । ଏଥି ପାଇଁ ୫୬୨.୧୦କୋଟି ଟଙ୍କା ବ୍ୟୟ ହେବ ଏହି ସଡ଼କ ଯୋଗୁଁ ଜିଲ୍ଲାର ୩୧୪ଟି ଜନବସତିକୁ ଯୋଗାଯୋଗ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି।ସେହିପରି ଜିଲ୍ଲାରେ ନୂତନ ଭାବରେ ୫୫୨.୨୧କିମି ନୂତନ ରାସ୍ତା ନିର୍ମାଣ ହେବ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୪ରେ ରାୟଗଡ଼ା ଜିଲ୍ଲାରେ ଓଡିଶାର ସର୍ବାଧିକ ପ୍ରକଳ୍ପ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନେତୃତ୍ବରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନ ଙ୍କ ଦ୍ୱାରା କାର୍ଯ୍ୟକର୍ମ ସଫଳ ହୋଇଛି।
ରାୟଗଡା ରୁ ଫଟୋ ନିୟୁଜ ଟାଇମ୍ସ ରା ସାମ୍ବାଦିକ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।
ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ରୀୟ ଗ୍ରାମିଣ ବିକାଶ ମନ୍ତ୍ରୀଙ୍କ ଦିନିକିଆ ରାୟଗଡା ଜିଲ୍ଲା ଗସ୍ତ।
