ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଟିକରପଡ଼ା ଗ୍ରାମରେ ଲଗାତାର ଲଗାଣ ବର୍ଷା ଯୋଗୁଁ ଗୋଟିଏ ପରିବାର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।
ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ପିପିଲିଗୁଡ଼ା ଗ୍ରାମ ପଞ୍ଚାୟତ ଟିକରପଡ଼ା ଗାଁରେ ଲଗାତାର ଲଗାଣ ବର୍ଷାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।
ଏହି ଲଗାଣ ବର୍ଷାରେ ଟିକରପଡ଼ା ଗ୍ରାମର କାୟାଲା ମାଣ୍ଡାଗି ଙ୍କ ଏକ ମାତ୍ର ଘର ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି ।

ଏହି ଘର ତାଙ୍କର ରହିବା ପାଇଁ ସାହା ଥିଲା। ଯାହା ଭାଙ୍ଗିଯିବା ଯୋଗୁଁ ସେ ନିଜ ତିନି ଛୁଆଙ୍କୁ ଧରି କୁଆଡେ ଯିବେ କିଛି ଚିନ୍ତା କରିପାରୁନାହାନ୍ତି। ପ୍ରଶାସନ ତରଫରୁ ଯଦି କିଛି ସହାୟତା ମିଲିପରିଥିଲେ ସେ ନିଜ ସମସ୍ତପରିବାର ସହ ସେ ଜାଗାରେ ରହିଥାନ୍ତି ।
ଏହି
ଲଗାଣ ବର୍ଷାରେ ବହୁ ମାତ୍ରାରେ କ୍ଷୟକ୍ଷତି ହୋଇଛି। ଏହି ଗ୍ରାମରେ ୫୦ ରୁ ଉର୍ଦ୍ଧ ପରିବାର ବସ ବାସ କରନ୍ତି । ଏହି କ୍ଷତିଗ୍ରସ୍ତ ପରିବାରକୁ ସାହାଯ୍ୟ କରିବାକୁ ଏହି ଗ୍ରାମର ସରପଞ୍ଚ ଶ୍ରୀମତୀ ରେଣୁକା ମାଣ୍ଡାଗି ଓ ଏହି ଅଞ୍ଚଳର ସମାଜ ସେବୀ ଶ୍ରୀ ସତ୍ୟବାନ ମାଣ୍ଡାଗି ପ୍ରଥମେ ଆସି ସହଯୋଗର ହାତ ବଢ଼ାଇଛନ୍ତି। ଏହି ଲଗାଣ ବର୍ଷା ଯୋଗୁଁ ମାଟି ଅତଡା ଖସି ଯୋଗା ଯୋଗ ବିଛିନ୍ନ ହୋଇପଡ଼ିଛି। ଏହି ଲଗାଣ ବର୍ଷା ର କ୍ଷୟକ୍ଷତିକୁ ରାଜ୍ୟର ବିପତ୍ତି ଘୋଷଣା କରିବା ପାଇଁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି।
ରାୟଗଡାରୁ ମନୋରଞ୍ଜନ ଶତପଥୀ ଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ୍।
