ଆଜି ଭଞ୍ଜନଗର ରେ ସମସ୍ତ ଔଷଧ ଦୋକାନ ବନ୍ଦ ଅଛି

ମୁଁ ବର୍ଷା ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି।ଆଜି ଭଞ୍ଜନଗର ରେ ସମସ୍ତ ଔଷଧ ଦୋକାନ ବନ୍ଦ ଅଛି ।

ଆଜି ସର୍ବ ଭାରତୀୟ ସ୍ତରରେ ଔଷଧ ଦୋକାନ ବନ୍ଦ ରହିଛି।ଏହି ବନ୍ଦ ଡାକରା କୁ ଅଲ ଇଣ୍ଡିଆ ଡ୍ରଗିଷ୍ଟ କେମିଷ୍ଟ ଆସୋସିଏସନ ପରିଚାଲନା କରୁଛି।ଏହି ବନ୍ଦ ର ମୁଖ୍ୟ କିଛି ଦାବିକୁ ସରକାର ମାନି ନେବାକୁ ଅନୁରୋଧ ।ଅନ ଲାଇନ ଔଷଧ ବିକ୍ରୟ କୁ ବିରୋଧ କରିବା ସହ ଏହାକୁ ବନ୍ଦ କରିବାକୁ ଦାବି ରହିଛି।ସୂଚନାଯୋଗ୍ୟ ଯେ ଅନଲାଇନ ରେ ଔଷଧ ୫୦ ରୁ୬୦ ପ୍ରତିଶତ ରିହାତି ଦେଉ ଥିବା ବେଳେ ଅଫ ଲାଇନ ରେ ୧୫ ରୁ୨୦ ପ୍ରତିଶତ ରିହାତି ଦେଉଛି।ଅନଲାଇନ ଔଷଧ ର ମାନ କେତେ ଭଲ ତା ଉପରେ ଉଠିଛି ପ୍ରଶ୍ନବାଚୀ।ଆଜିର ଧର୍ମଘଟ ରେ ଦେଶ ବ୍ୟାପି ଧର୍ମଘଟ ହେଉଥିବା ବେଳେ ଭଞ୍ଜନଗର ରେ ପଡିଛି ଏହାର ପ୍ରଭାବ।କିନ୍ତୁ ଜନ ସାଧାରଣ ଙ୍କ, ରୋଗୀ ର କୌଣସି ଅସୁବିଧା ନ ହେବା ପାଇଁ ଜିଲ୍ଲା ପ୍ରଶାସନ ,ଡ୍ରଗ ନିରୀକ୍ଷକ ସମ୍ପୁର୍ଣ୍ଣ ନଜର ରଖିଛନ୍ତି।ରୋଗୀ ଙ୍କ ଜୀବନ ରକ୍ଷାକାରୀ ଔଷଧ ଡାକ୍ତର ଖାନା ରେ ମହଜୁତ ରଖିବା ସହ ଔଷଧୀୟ ଦ୍ରଵ୍ୟ ର ଅଭାବ ଯେପରି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ପ୍ରଶାସନ ଦୃଷ୍ଟି ରଖିଛି।ଓଡ଼ିଶାରେ ଉତ୍କଳ ଡ୍ରଗିଷ୍ଟ କେମିଷ୍ଟ ଆସୋସିଏସନ ମଧ୍ୟ ଏହି ଆନ୍ଦୋଳନ କୁ ସମର୍ଥନ କରିଛି।ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ର ସମସ୍ତ ଘରୋଇ ଔଷଧ ଦୋକାନ ଆଜି ବନ୍ଦ ରହିଛି,କିନ୍ତୁ ଡ୍ରଗ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ କୌଣସି ମେଡିସିନ ଯେମିତି ରୋଗୀଙ୍କୁ ମିଳିବାରେ ସମସ୍ୟା ନ ରହେ ଜିଲ୍ଲା ଯୋଗାଣ ଅଧିକାରୀ ପଦକ୍ଷେପ ନେବା କୁ ନିର୍ଦ୍ଦେଶ ଆସିଛି।ଏହା ପୂର୍ବରୁ ଡ୍ରଗିଷ୍ଟ କେମିଷ୍ଟ ଆସୋସିଏସନ ସରକାର ଙ୍କୁ ଦାବି ରଖିଥିଲେ କିନ୍ତୁ କୌଣସି ସୁଫଲ ନ ମିଳିବାରୁ ଏହି ଦିନିକିଆ ବନ୍ଦ କୁ ଡାକରା ଦିଆଯାଇଛି।ଯଦି କୌଣସି ଘରୋଇ ଔଷଧ ଦୋକାନ ଖୋଲା ରଖିବା ପାଇଁ ଇଛୁକ ତା ହେଲେ ସରକାର ଓ ପୋଲିସ ସୁରକ୍ଷା ଯୋଗାଇବ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରିଛନ୍ତି।ଯେହେତୁ ଆଜି ଔଷଧ ଦୋକାନ ବନ୍ଦ ରହିବ , ତେଣୁ ନିରାମୟ ଔଷଧ କେନ୍ଦ୍ର ଓ ଡାକ୍ତର ଖାନା ରେ ଭିଡ ଦେଖିବା କୁ ମିଳିଛି।ଅନ୍ଲାଇନ ଔଷଧ ବିକ୍ରି କେବଳ କୋବିଡ଼ ସମୟରେ ସାମୟିକ ଭାବେ ଚାଲୁ କରାଯାଇଥିଲା କିନ୍ତୁ ଏହି ଅନ୍ଲାଇନ ଔଷଧ ବିକ୍ରୟ ଦ୍ୱାରା ଘରୋଇ ଔଷଧ ଦୋକାନ ପ୍ରଭାବିତ ହେଉଛି।
ଭଞ୍ଜନଗର ରୁ ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *