ମୁଁ ବର୍ଷା ସ୍ୱାଗତ କରୁଛି ଫଟୋ ନିୟୁଜ, ନିୟୁଜ ରୁମ କୁ।କେନ୍ଦୁଝର ପୋଲିସର ସ୍ପେଶାଲ ସ୍କ୍ୱାର୍ଡର ବଡ଼ ଅଭିଯାନ।
କେନ୍ଦୁଝର ଜିଲ୍ଲାରେ ବାଲି ମାଫିଆଙ୍କ ବିରୋଧରେ ପୋଲିସ ପକ୍ଷରୁ ବଡ଼ ଧରଣର ଚଢ଼ାଉ ଜାରି ରହିଛି। କେନ୍ଦୁଝର ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ପକ୍ଷରୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସ୍ଥାନ ସମେତ ଘଟଗାଁ ଅଞ୍ଚଳରେ ରବିବାର ବିଳମ୍ବିତ ରାତିରୁ ଚଢ଼ାଉ ଆରମ୍ଭ ହୋଇଛି।

ସୂଚନା ଅନୁସାରେ, ପୋଲିସର ସ୍ପେଶାଲ ସ୍କ୍ୱାର୍ଡର ୧୨ଟି ଟିମ୍ ଏକାସାଥିରେ ୧୨ଟି ସ୍ଥାନରେ ଚଢ଼ାଇ କରୁଛନ୍ତି। ଘଟଗାଁର ବାଲି ବ୍ୟବସାୟୀ ଜିତେନ୍ଦ୍ର ସାଙ୍କ ଘରେ ସ୍ପେଶାଲ ସ୍କ୍ୱାର୍ଡ ଚଢ଼ାଉ କରିଛି ଘଟଗାଁ ଥାନା IIC ରହିଛନ୍ତି ତୁରୁମୁଙ୍ଗା ଥାନା IIC ଉପସ୍ଥିତି ରେ ସ୍ଵତନ୍ତ୍ର ଟିମ୍ ରହିଛି ତାଙ୍କର ଟିମ୍ ଚଢାଉ ଜାରି ରଖିଛି ଆଉ କିଛି ନଗଦ ଟଙ୍କା,ବଙ୍କ ପାଶବୁକ୍,ସୁନା ଗହଣା ଆଉ ହାଇୱେ ଗୁଡ଼ିକୁ ଜବତ ହୋଇଛି। ଏସପି ଙ୍କ ସହ କଥା ହେଉଥିଲୁ ଜିଲ୍ଲା ସାରା ଚଢାଉ ହେଉଛି ସମ୍ପୂର୍ଣ୍ଣ ତଥ୍ୟ ସନ୍ଧ୍ୟା ସମୟରେ ଆମେ ପ୍ରତିକ୍ରିୟା ଦେମୁ।
ବେଆଇନ ବାଲି କାରବାର ଓ ସେଥିସହ ଜଡିତ ଆର୍ଥିକ କାରବାରକୁ ନେଇ ପୋଲିସ ପକ୍ଷରୁ ଏହି ବିଶେଷ ଅଭିଯାନ ଚାଲିଥିବା ସୂଚନା ମିଳିଛି। ଚଢ଼ାଉ ସମୟରେ ବିଭିନ୍ନ କାଗଜପତ୍ର ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯାଞ୍ଚ କରାଯାଉଛି। ଘଟଗାଁ ରୁ ମୋନାଜ୍ କୁମାର ପାତ୍ର ଙ୍କ ରିପୋର୍ଟ ଫଟୋ ନିୟୁଜ୍ ଟାଇମ୍ସ।
