କ୍ଷୁଦ୍ର ନାଟକ ପ୍ରତିଯୋଗିତା ଉଦଘାଟିତ।

ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷ ରୁ ଆୟୋଜିତ ଅଷ୍ଟମ ବିର ବିକ୍ରମ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଉଦଘାଟିତ।

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷ ରୁ ଆୟୋଜିତ ଅଷ୍ଟମ ବିର ବିକ୍ରମ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଅଛି। ଏହି ଉଦ୍ଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ ଯୋଗ ଦେଇ ନାଟ୍ୟ ପରମ୍ପରା ଖଡ଼ିଆଳ ର ସ୍ଵତନ୍ତ୍ର ପରିଚୟ ହୋଇଥିବା ବେଳେ ନାଟକ ଅନୁସାରେ ଶିକ୍ଷଣୀୟ ସନ୍ଧେଶ ସମାଜକୁ ସଚେତନ ଓ ସମୃଦ୍ଧ କରେ ବୋଲି ପ୍ରକାଶ କରିଥିଲେ।

ସଭାରେ ଅନୁଷ୍ଠାନ ବରିଷ୍ଠ ସଦସ୍ୟ ସତିଶ ପଟ୍ଟନାୟକ ଏବଂ ଅନୁଷ୍ଠାନ ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ ଯୋଗ ଦେଇ କଳାକାର ଙ୍କୁ ଉପଯୁକ୍ତ ସମ୍ମାନ ଦେବା ପରମ୍ପରା ଆରମ୍ଭ ହୋଇଥିଲା। ଏହି ପ୍ରତିଯୋଗିତା ଲେଖକ, ନିର୍ଦ୍ଦେଶକ,କଳାକାର ଙ୍କୁ ସୁଯୋଗ ପ୍ରଦାନ ଅଟେ ବୋଲି ମତବ୍ୟକ୍ତ କରିଥିଲେ। ତିନି ଦିନ ବ୍ୟାପି ଅନୁଷ୍ଠିତ ଏହି ନାଟକ ପ୍ରତିଯୋଗିତା ରେ ଅଞ୍ଚଳର ବହୁ କ୍ଷୁଦ୍ର ନାଟକ ପ୍ରଦର୍ଶିତ ହେବ।
ଫଟୋ ନିୟୁଜ ଟାଇମ୍ସ ବ୍ୟୁରୋ।

Leave a Reply

Your email address will not be published. Required fields are marked *