ଖୋର୍ଦ୍ଧା ତହସିଲ ଅଫିସରେ ତାଣ୍ଡବ

ମୁଁ ବର୍ଷା ସ୍ୱାଗତ କରୁଛି ଫଟୋ ନିୟୁଜ, “ନିୟୁଜ ରୁମ “କୁ।ଖୋର୍ଦ୍ଧା ତହସିଲ ଅଫିସରେ ତାଣ୍ଡବ। ତହସିଲଦାରଙ୍କ ବ୍ୟବହାରକୁ ନେଇ ଉଠିଲା ଗଭୀର ପ୍ରଶ୍ନ |

ଖୋର୍ଦ୍ଧା ତହସିଲ କାର୍ଯ୍ୟାଳୟକୁ ନେଇ ବର୍ତ୍ତମାନ ଜନମଣସରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ତହସିଲଦାର ପାଣିଗ୍ରାହୀ ବାବୁଙ୍କ ବ୍ୟବହାର ଦିନକୁ ଦିନ ଅସହ୍ୟ ହୋଇଯାଉଛି। ସରକାରୀ ସେବା ପାଇଁ ଆସୁଥିବା ସାଧାରଣ ଲୋକମାନେ ନ୍ୟାୟ ମିଳିବା ତ ଦୂର, ଅପମାନ ଓ ଅବହେଳା ସହିବାକୁ ବାଧ୍ୟ ହେଉଛନ୍ତି।

ଅଭିଯୋଗ ଅନୁସାରେ, ଜମି ସମ୍ବନ୍ଧୀୟ କାମ, ପଟ୍ଟା ନାମାନ୍ତର, ମ୍ୟୁଟେସନ କିମ୍ବା ଆୟ ସର୍ଟିଫିକେଟ ପାଇଁ ଆସୁଥିବା ଲୋକମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରାଯାଉଛି। ତଥାପି ସମସ୍ୟାର ସମାଧାନ ନୁହେଁ, ବରଂ ମିଳୁଛି ଅସଭ୍ୟ ଭାଷା ଓ ଅସମ୍ମାନଜନକ ବ୍ୟବହାର। କେତେକ ଲୋକ କହିଛନ୍ତି ଆମେ ଆମର ଅଧିକାର ପାଇଁ ଯାଉଛୁ, କିନ୍ତୁ ଆମକୁ ଦୋଷୀ ଭଳି ବ୍ୟବହାର କରାଯାଉଛି।”

ଏଠାରେ ପ୍ରଶ୍ନ ଉଠୁଛି କାହାର ସାହସରେ ଏପରି ବ୍ୟବହାର।

ସ୍ଥାନୀୟ ମଧ୍ୟରେ ଆଉ ଗୋଟିଏ ଗୁରୁତର ଅଭିଯୋଗ ମଧ୍ୟ ଆସୁଛି କେତେକ ଦଲାଲ ମାଧ୍ୟମରେ କାମ ଶୀଘ୍ର ହେଉଛି, କିନ୍ତୁ ସାଧାରଣ ଲୋକଙ୍କ ଫାଇଲ ମାସ ଧରି ଅଟକି ରହୁଛି। ଏହା କି ସଂଗଠିତ ଅନିୟମିତତା।
ସବୁଠାରୁ ବଡ଼ ପ୍ରଶ୍ନ ଏହା କି ସରକାରଙ୍କ ଛବିକୁ ଖରାପ କରିବାର ଚେଷ୍ଟା ନୁହେଁ? ଯେଉଁଠାରେ ସରକାର “ଜନସେବା”ର କଥା କହୁଛି, ସେଠାରେ ଏପରି ଘଟଣା ଲୋକଙ୍କ ମନରେ ଅସନ୍ତୋଷ ଓ ଅବିଶ୍ୱାସ ସୃଷ୍ଟି କରୁଛି।

ଯଦି ଶୀଘ୍ର କାର୍ଯ୍ୟାନୁଷ୍ଠାନ ନ ହୁଏ, ତେବେ ଏହା ଆନ୍ଦୋଳନର ରୂପ ନେଇପାରେ ବୋଲି ସତର୍କ କରିଛନ୍ତି ସାଧାରଣ ଲୋକ। ଏବେ ଦେଖିବାକୁ ବାକୀ ଉପରସ୍ତରର ଅଧିକାରୀମାନେ ଏହାକୁ କେତେ ଗୁରୁତ୍ୱର ସହିତ ନେଉଛନ୍ତି ଓ କେବେ ଦୃଢ଼ ପଦକ୍ଷେପ ଗ୍ରହଣ କରୁଛନ୍ତି।

ଖୋର୍ଦ୍ଧା ରୁ ଭବାନୀ ଶଙ୍କର ନାୟକ ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *