ଜିଲ୍ଲା ପୋଲିସ କୁ ମିଳିଲା ବଡ଼ ସଫଳତା।୮ ଗୋ ମାଫିଆ ଗିରଫ

ଜିଲ୍ଲା ପୋଲିସ କୁ ମିଳିଲା ବଡ଼ ସଫଳତା।୮ ଗୋ ମାଫିଆ ଗିରଫ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ।
ବଡ଼ଗାଁ ଥାନା ପରିସରରେ ସୁନ୍ଦରଗଡ଼ ଜିଲ୍ଲା ଏସପି ଅମ୍ରିତପାଳ କୋର ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି ବହୁ ଦିନ ଧରି ରାଜ୍ୟ ତଥା ରାଜ୍ୟ ବାହାରୁ ବେ ଆଇନ ଗୋରୁ ଚାଲାଣ ସମ୍ବନ୍ଧରେ ଗୁପ୍ତ ସୂଚନା ପାଇ ବିଶେଷ ପୋଲିସ ଟିମ ଗଠନ କରି ପଡ଼ୋଶୀ ରାଜ୍ୟ ଛତିଶଗଡ଼ ରୁ ରାଜଗାଙ୍ଗପୁର ବିଧାନ ସଭା ଅନ୍ତର୍ଗତ ଖତକୁଳବାହାଳ ଅଞ୍ଚଳରେ ଗୋରୁ ଚାଲାଣ କୁ ନେଇ ସୁନ୍ଦରଗଡ଼ ଜିଲ୍ଲା ଏସପି ଅମ୍ରିତପାଳ କୋର ଙ୍କ ନିର୍ଦ୍ଦେଶ ରେ କୁମ୍ବବାହାଲ ଛକ ଠାରେ ଜାଲ ବିଛାଇ ଥିଲେ ଉକ୍ତ ଛକରେ ଦୁଇଟି କାର ସନ୍ଦେହ ଜନକ ଅବସ୍ଥାରେ ଥିବା ଦେଖି ଯାଞ୍ଚ କରିବା ପରେ ହ୍ୟୁଣ୍ଡାଇ କାରରୁ ଖତକୁଳବାହାଳ ଅଞ୍ଚଳର ମହମ୍ମଦ କେସ୍ ଓ ବଡ଼ଗାଁ ଅଞ୍ଚଳର ଅରବିନ୍ଦ ଷଡ଼ଙ୍ଗୀ ଓ ମାରୁତି କାର ରୁ ସୀତା ରାମ ନାୟକ, ଦିଲିପ କୁମାର ବାରିକ, ଅଜିତ୍ ବାନଛୋର, କୃଷ୍ଣ ଚନ୍ଦ୍ର ବାରିକ, ସନ୍ତୋଷ ବେହୁରିଆ,କେଶବ ବାରସୁତିଆ କୁ କାବୁ କରିବାରେ ସଫଳ ହେବା ସହ ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଦଶଟି ଜିଵନ୍ତ ଗୁଲି ଆଠଟି ମୋବାଇଲ ଫୋନ ଗୋଟିଏ ଦେଶି ଏଆର ଗନ୍ ଗୋଟିଏ ଖଣ୍ଡା ଓ ଛୁରୀ ଜବତ କରି ବଡ଼ଗାଁ ପୋଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇ ସମସ୍ତ ଗୋ ମାଫିଆ ଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଏସପି ଅମ୍ରିତପାଳ କୋର ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଥିଲେ।ଆଠ ଜଣ ଗୋ ମାଫିଆ ଙ୍କ ସୂଚନା ଅନୁଯାୟୀ ବେ ଆଇନ ଗୋ ଚାଲାଣ ସମୟରେ ସେମାନେ କାର ଯୋଗେ ପୋଲିସ ଗତି ବିଧି ଉପରେ ନଜର ରଖୁଥିଲେ। ବଡ଼ଗାଁ ନିକଟସ୍ଥ କଲିଜା ପଥର ଗ୍ରାମରୁ ୧୦୫ ଟି ଗୋରୁ ଉଦ୍ଧାର କରାଯାଇଥିଲା।

Leave a Reply

Your email address will not be published. Required fields are marked *