ପରଲୋକଗତ ଶିକ୍ଷକଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେଲା ଶିକ୍ଷକ ସଂଘ।

ମୁଁ ବର୍ଷା ଫଟୋ ନିୟୁଜ,ନିୟୁଜ ରୁମ କୁ ସ୍ୱାଗତ କରୁଛି।ପରଲୋକଗତ ଶିକ୍ଷକଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେଲା ଶିକ୍ଷକ ସଂଘ।
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅର୍ନ୍ତଗତ ବେଲପାଟିପଡ଼ା ପ୍ରାଥମିକ ବିଦ୍ଯାଳୟରେ କାର୍ଯ୍ଯରତ ଶିକ୍ଷକ ନୀଳଲୋହିତ ସିଂ ମାଝୀଙ୍କ ନିକଟରେ ଅକାଳ ବିୟୋଗ ଘଟିଥିବା ବେଳେ ପରିବାର ତରଫରୁ ନିଜ ଗ୍ରାମ ଫୁରୁଶୁଣ୍ଡ ଠାରେ ତାଙ୍କର ଦଶାହକ୍ରିୟା କରାଯାଇଥିଲା।

ଏହି ଅବସରରେ ସିନାପାଲି ଏକ୍ସକେଡ଼ର ଶିକ୍ଷକ ସଂଘ ସ୍ବର୍ଗତ ମାଝୀଙ୍କ ଘରକୁ ଯାଇ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଆର୍ଥିକ ସହଯୋଗ ପ୍ରଦାନ କରିଥିବା ଜଣାପଡ଼ିଛି। ସଂଘ ତରଫରୁ ସଭାପତି ତରୁଣ କୁମାର ମେହେର, ସଂପାଦକ ବେଣୁଧର ନାଏକ, ଉପସଭାପତି ଖଗେଶ୍ୱର ମେହେର, ଆଲୋକ ରଞ୍ଜନ ପାଣିଗ୍ରାହୀ, ଗଣମାଧ୍ୟମ ସଂଯୋଜକ ହୀରାଲାଲ ସାହୁ, ସହସମ୍ପାଦକ ଅର୍ଜୁନ ନାଏକ, ସାମନ୍ତ କୁମାର ଦାସ, ବରିଷ୍ଠ ଶିକ୍ଷକ ଲୋକନାଥ ମେହେର, ଧର୍ମୁ ନାଏକ, ଅଚ୍ୟୁତାନନ୍ଦ ମେହେର, ହୃଷିକେଶ ଛତ୍ରିଆ, ତୁଲାରାମ ନାଗ ପ୍ରମୁଖ ସାମିଲ ଥିଲେ। ଏହି ଅବସରରେ ସ୍ବର୍ଗତ ଶିକ୍ଷକଙ୍କ ପରିବାରକୁ ଆବଶ୍ଯକ ସରକାରୀ ସହାୟତା ଯୋଗାଇ ଦେବାକୁ ମଧ୍ଯ ସଂଘ ତରଫରୁ ଦାବି କରାଯାଇଛି।


ସିନାପାଲି ରୁ ପରମେଶ୍ୱର ମେହେର ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *