ମୁଁ ବର୍ଷା ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି। ଗ୍ରାମାଞ୍ଚଳ ରେ ପୋଲିସ ର ନିଷ୍କ୍ରିୟତା ପ୍ରମାଣ କରୁଛି ଯେ ଓଡିଶା ର ଆଇନ ଶୃଙ୍ଖଳା କେତେ ମଜବୁତ।
ହାଡପା ନିଖିଲ ହତ୍ୟାକାଣ୍ଡକୁ ଇତିମଧ୍ୟରେ 6 ଦିନ ବିତିଗଲା । ତଥାପି ପୁଲିସ ହାତ ଖାଲି । ଏଯାଏଁ କୌଣସି ହତ୍ୟାକାରୀର ଟେର୍ ପାଉନି ରାୟଗଡା ପୁଲିସ। ଏନେଇ ଆଜି ମୃତ ନିଖିଲର ପରିବାର ଲୋକେ ଜିଲ୍ଲାପାଳ ଓ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆସନ୍ତା ୧୫ ଦିନ ମଧ୍ଯରେ ପୁଅର ହତ୍ଯାକାରୀ ମାନଙ୍କୁ ଗିରଫ୍ କରିବା ପାଇଁ ନିଖିଲର ମାଁ ହାଡପା ବାମନା ଗୁହାରୀ କରିଛନ୍ତି। ହତ୍ଯାର 5ଦିନ ପରେ ବି ହତ୍ଯାକାଣ୍ଡ ଉପରେ ପୁଲିସ ପରଦା ହଟଉନଥିବା ପରିବାର ଲୋକେ ଅଭିଯୋଗ କରିବା ସହ ତୁରନ୍ତ ନ୍ଯାୟ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି। ଅନ୍ଯପଟେ ହତ୍ଯାକାଣ୍ଡର ତଦନ୍ତ ପାଇଁ ପୁଲିସ 6 ଜଣିଆ ତଦନ୍ତକାରୀ ଟିମ୍ ଗଠନ କରିଛି ।

ଏହି ଟିମ୍ ରାଜ୍ୟ ତଥା ପୋଡଶୀ ରାଜ୍ୟରେ ଖାନତଲାସି କରୁଛନ୍ତି,ତଥାପି ହତ୍ୟାକାରୀଙ୍କୁ ପୁଲିସ କାବୁ କରିବାରେ ସଫଳ ହୋଇନି । ଯାହାକୁ ନେଇ ରାୟଗଡା ସହରର ଆମ୍ବେଦକର ଅଞ୍ଚଳ ଏକପ୍ରକାର ଅଶାନ୍ତ ହୋଇପଡିଛି । କେଉଁ କାରଣ ଯୋଗୁଁ ନିଖିଲକୁ ହତ୍ୟା କରାଗଲା ତାର ମୂଳ ପର୍ଯ୍ୟନ୍ତ ଯିବାକୁ ତଦନ୍ତକାରୀ ଟିମ୍ ତନାଘନା ଆରମ୍ଭ କରିଦେଇଛି । ଗତ 9 ତାରିଖ ରାତିରେ ସହରର ଇନ୍ଦିରା ନଗର ଅଞ୍ଚଳରେ ନିଖିଲକୁ ଗୁଳିମାରିବା ସହ ଅପହରଣ କରି ନେଉଯାଇଥିଲେ ଦୁର୍ବୃତ୍ତ । ତାର ପର ଦିନ କୋଣ୍ଡାତୁମ୍ବିଗୁଡା ନାଗବଳୀ ନଦୀ ପଠାରେ ନଖିଲର ମୃତ ଦେହ ଠାବ ହୋଇଥିଲା । ପରେ ଉତ୍ୟକ୍ତ ଲୋକେ ଟାଉନ୍ ଥାନା ଘେରାଉ କରିବା ସହ ମୃତ ନିଖିଲର ଶବକୁ ଧରି ନ୍ୟାୟ ପାଇଁ ପ୍ରତିବାଦ କରିଥିଲେ ।
ଏଠାରେ ମୃତ ନିଖିଲ ଙ୍କ ମା ଆରପା ବାମନା ନିଜ ମତ ଓ ମନ୍ତବ୍ୟ ରଖିଛନ୍ତି।
ରାୟଗଡା ରୁ ମନୋରଞ୍ଜନ ଶତପଥି ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।
