ଫୋରୱେ ରାସ୍ତା ଉପରେ ଜଲିଗଲା ଟ୍ରକ।

ସିନାପାଲି ଥାନା ଅନ୍ତର୍ଗତ ସରଧାପୁର ଯୋଗୀମଠ ସମ୍ମୁଖ ଫୋରୱେ ରାସ୍ତା ଉପରେ ଏକ ଟ୍ରକ ହୁତୁହୁତୁ ହୋଇ ଜଳି ଯାଇଥିବା ଜଣାପଡିଛି। ପ୍ରକାଶ ଯେ, ଆଜି କାଳସମୟରେ ଏକ ଟ୍ରକ ଧର୍ମଗଡ ପଟରୁ ଆସି ସରଧାପୁର ଯୋଗୀମଠ ଫୋରୱେ ରାସ୍ତା ରେ ଅଟକ ରହିଥିଲା। ଟ୍ରକ କର୍ମଚାରୀ ଭୋଜନ ପାଇଁ ଖାଉଟି ପ୍ରସ୍ତୁତ କରୁଥିବା ବେଳେ କୌଣସି କାରଣରୁ ଗାଡିରେ ନିଆଁ ଲାଗି ଯାଇଥିଲା।

ସେହି ନିଆଁ ଦେଖୁଦେଖୁ ହୁତୁହୁତୁ ହୋଇ ସବୁଆଡ଼େ ଲାଗି ଯାଇଥିଲା।ଏହି ଘଟଣା ନେଇ ସିନାପାଲି ଦମକଲ ବିଭାଗ ଖବରପାଇ ଘଟଣା ସ୍କୁଲରେ ପହଞ୍ଚି ନିଆଁ କୁ ଆୟତ କରିବାକୁ ଚେଷ୍ଟା କରିଥିବା ବେଳେ ନିଆଁ ଅଧୂକ ଜଲିବାରୁ ପରେ ସିନାପାଲି ଦମକଳ ସମେତ ବୋଡେନ ଓ ଗୋଲାମୁଣ୍ଡା ଦମକଲ ବିଭାଗ ର ମିଳିତ ଆନୁକୁଲ୍ୟରେ ନିଆଁ କୁ ଆୟ ୟତ କରି ଲିଭାଇବାରେ ସଫଲ ହୋଇଥିଲା ।

ଟ୍ରକ ଗାଡି ନମ୍ବର ଟିଏନ-୮୮ ଏଲ ୯୭୬୨। ଟ୍ରକ ଡଲାରେ ଲୁହା ସାମଗ୍ରୀ ରହିଥୁବା ଦମକଲ ବିଭାଗୀୟ ଅଧିକାରୀ ପକ୍ଷରୁ ସୁଚନା ମିଲିଛି।ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *