ବାବା ବରଦେଶ୍ୱରଙ୍କ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସରିଲା ନିର୍ବନ୍ଧ

ବାବା ବରଦେଶ୍ୱରଙ୍କ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସରିଲା ନିର୍ବନ୍ଧ: କନ୍ୟା ଓ ବର ପକ୍ଷଙ୍କ ମଧ୍ୟରେ ସମ୍ପନ୍ନ ହେଲା ପ୍ରସ୍ତାବ।

ଦେବ ଦମ୍ପତିଙ୍କ ପବିତ୍ର ବିବାହ ମହୋତ୍ସବ ଶୀତଳ ଷଷ୍ଠୀ ପାଇଁ ସାରା ଅଞ୍ଚଳ ଉତ୍ସବମୁଖର। ଏହି ପରିପ୍ରେକ୍ଷୀରେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚାଳନା ଏବଂ ଘନ୍ତିଗୁଡ଼ା ସ୍ଥିତ ପ୍ରସିଦ୍ଧ ପୀଠ ବାବା ବରଦେଶ୍ୱର ମନ୍ଦିରରେ ଶୀତଳ ଷଷ୍ଠୀ ଯାତ୍ରା ନିମନ୍ତେ ଶୁଭ ନିର୍ବନ୍ଧ କାର୍ଯ୍ୟକ୍ରମ ଅତ୍ୟନ୍ତ ଭବ୍ୟ ସମାରୋହରେ ସମ୍ପନ୍ନ ହୋଇଯାଇଛି।


ସୂଚନା ଅନୁଯାୟୀ, ବାବା ବରଦେଶ୍ୱରଙ୍କ ଏହି ପବିତ୍ର ପଟର ପେଡ଼ି ଉତ୍ସବ ଅବସରରେ କନ୍ୟା ପକ୍ଷ ଏବଂ ବର ପକ୍ଷଙ୍କ ମଧ୍ୟରେ ପାରମ୍ପରିକ ରୀତିନୀତି ଅନୁସାରେ ନିର୍ବନ୍ଧ ସାରିଛି। ଚାଳନା ଓ ଘନ୍ତିଗୁଡ଼ା ଗ୍ରାମବାସୀ ଏବଂ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ମହାଦେବ ଏବଂ ମାତା ପାର୍ବତୀଙ୍କ ବିବାହର ଏହି ପ୍ରାରମ୍ଭିକ ମାଙ୍ଗଳିକ କାର୍ଯ୍ୟକ୍ରମ ବେଶ୍ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଛି। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ହରିବୋଲ, ହୁଳହୁଳି ଏବଂ ଆଧ୍ୟାତ୍ମିକ ପରିବେଶରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା।


​ଶୀତଳ ଷଷ୍ଠୀ ସମୟରେ ହେବାକୁ ଥିବା ଦେବ ବିବାହ ପାଇଁ ଏବେଠାରୁ ଦୁଇ ପକ୍ଷଙ୍କ ମଧ୍ୟରେ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ, ବାବା ବରଦେଶ୍ୱରଙ୍କ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ ଟାଇମ୍ସ।

Leave a Reply

Your email address will not be published. Required fields are marked *