ମୁଁ ବର୍ଷା ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି।ଜନତାଙ୍କ ଆସ୍ଥାକୁ ବହୁଗୁଣିତ କରି ଆଗାମୀ ଦିନରେ ବିକଶିତ ଓଡ଼ିଶା ଗଠନ କରିବାକୁ ଆହ୍ୱାନ ଦେଲେ ନୀତିନ ନବୀନ ବୋଲି ବିରଂଚି ନାରାୟଣ ତ୍ରିପାଠୀ ବକ୍ତବ୍ୟ ରଖିଛନ୍ତି।
ସରକାର କିପରି ଲୋକଙ୍କ ବିଶ୍ୱାସଭାଜନ ହୋଇପାରିବ ସେସମ୍ପର୍କରେ ଆଲୋଚନା କରିଥିଲେ।

କାର୍ଯ୍ୟକର୍ତାଙ୍କ ମଧ୍ୟରେ ସକ୍ରିୟତା ବଢ଼ାଇବା ଉପରେ ସେ ଜୋର ଦେଇଥିଲେ।
ଭାରତୀୟ ଜନତା ପାର୍ଟିର ନବ ନିଯୁକ୍ତ ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗ୍ରସ୍ତରେ ଆସିଥିଲେ। ପାର୍ଟିର କୋର କମିଟି ଟିମ୍ ସହ ବୈଠକ କରିଥିଲେ। ଜନତାଙ୍କ ଆସ୍ଥାକୁ ବହୁଗୁଣିତ କରି ଆଗାମୀ ଦିନରେ ବିକଶିତ ଓଡ଼ିଶା ଗଠନ କରିବାକୁ ଆହ୍ୱାନ ଦେଇଥିଲେ। ଦଳର ସାଙ୍ଗଠନିକ ସ୍ଥିତିଠାରୁ ଆରମ୍ଭ କରି ସରକାର କିପରି ଲୋକଙ୍କ ବିଶ୍ୱାସଭାଜନ ହୋଇପାରିବ ସେବିଷୟରେ ମାର୍ଗଦର୍ଶନ କରିଥିଲେ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀ ଜୁଏଲ୍ ଓରାମ୍, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂଦେଓ, ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ବୈଜୟନ୍ତ ପଣ୍ଡା, ରାଜ୍ୟପ୍ରଭାରୀ ଶ୍ରୀ ବିଜୟପାଲ ସିଂ ତୋମାର, ରାଜ୍ୟ ସହପ୍ରଭାରୀ ସୁଶ୍ରୀ ଲତା ଉଷେଣ୍ଡିିଙ୍କ ସମେତ ସମସ୍ତ ମନ୍ତ୍ରୀ, ସାଂସଦ, ବିଧାୟକ ଓ ରାଜ୍ୟ ପ୍ରଦାଧିକାରୀମାନେ ଉପସ୍ଥିତ ଥିଲେ। ଏହାପରେ ଶ୍ରୀ ନୀତିନ ନବୀନ ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ଫେରିଯାଇଥିଲେ।
ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ଫଟୋ ନିୟୁଜ ଟାଇମ୍ସ।
